ନବଙ୍କ ମୃତ୍ୟୁକୁ ଆଜକୁ 9 ଦିନ ପୁରି ଥିବାବେଳେ ଏବେ ଯାଏ ଟେର୍ ପାଉନି ପୋଲିସ । କେଉଁଭଳି ତଦନ୍ତ ହେଉଛି, ଦିନ ଦ୍ୱିପ୍ରହରରେ ଜଣେ ମନ୍ତ୍ରୀଙ୍କ ହତ୍ୟା ପରେ କିଭଳି ପୋଲିସ ଏହାର ଟେର୍ ପାଉନି ଯାହାକୁ ନେଇ ପୋଲିସର କାର୍ଯ୍ୟକାରିତା ଉପରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ଗୃହ ବିଭାଗ ଦାୟତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୀରବତା ଅବଲମ୍ବନ କରିବା ଏବଂ ପୋଲିସ ଡିଜି ମହାପ୍ରଭୁଙ୍କ ନାଁ ନେଇ ହତ୍ୟା ଘଟଣାରୁ ଖସିଯିବା ଭଳି ଉଦ୍ୟମ କରିବା ଦୁର୍ଭାଗ୍ୟଜନକ । ତଦନ୍ତରେ କମିଶନ ଆକ୍ଟରେ ସମ୍ମାନନୀୟ ନ୍ୟାୟଧୀଶଙ୍କୁ ନିଯୁକ୍ତି କରାଯାଇନାହିଁ । ତେବେ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ନେଇଥିବା ଅବସରପ୍ରାପ୍ତ ନ୍ୟାୟଧୀଶଙ୍କ ଅଧିକାର ନେଇ କୌଣସି ସ୍ପଷ୍ଟତା ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ୱସନୀୟ ନଥିବା ଭଳି ରାଜ୍ୟବାସୀ ଅନୁଭବ କରୁଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ପରେ ପୁରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି । କାହିଁକି ନବ ଦାସଙ୍କୁ ହତ୍ୟା କରାଯାଇଛି । ଏହା ପଛରେ କେଉଁ ରଥୀ ମହାରଥୀ ଅଛନ୍ତି । କିଏ ସେ ଷଡଯନ୍ତ୍ରକାରୀ । ଏମିତି କିଛି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।