ଗୋପାଙ୍ଗନା ଓ ଗୋପାଳ ବାଳକଠାରୁ ଆରମ୍ଭ କରି ସମସ୍ତ ଗୋପପୁର ଚଳଚଞ୍ଚଳ ହୋଇପଡିଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯିବା ସହ ଦୋଳି ଝୁଲା ଏବଂ ରାସ ନୃତ୍ୟରେ ମାତି ଯାଇଛନ୍ତି ଗୋପପୁରବାସୀ।

ଅର୍ଗସ ବ୍ୟୁରୋ: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଉତ୍ସବ ମୁଖରିତ ହୋଇ ପଡିଛି ସାରା ଗୋପପୁର। ଏହା ଥିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ତୃତୀୟ ଦିବସର ଦୃଶ୍ୟ। ସମସ୍ତ ଗୋପପୁର ବାସୀଙ୍କ ସମେତ ନନ୍ଦାରାଜ ଓ ରାଣୀ ଖୁସିରେ ଆନନ୍ଦ ବିଭୋର ହୋଇପଡିଛନ୍ତି କୃଷ୍ଣଙ୍କ ଆବିର୍ଭାବକୁ ନେଇ। ବୃଦ୍ଧ କାଳରେ ନନ୍ଦରାଣୀଙ୍କ କୋଳରେ ଜନ୍ମ ନେଇଛି ପୁତ୍ର ସନ୍ତାନ। ଯାହାକୁ ନେଇ ନନ୍ଦରାଜା ଆଦେଶ ଦେଇଛନ୍ତି ପାଳନ କରିବା ପାଇଁ ନନ୍ଦ ଉତ୍ସବ। ସେଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇ ପଡିଛି।

ଅର୍ଗସ ବ୍ୟୁରୋ : ବାହାନଗା ହାଇସ୍କୁଲ ପରିସରର କୁଢ କୁଢ ଶବ। ପଲିଥିନ୍ ଆଉ ଧଳା କାନାର ଆବରଣ ଶୋଇଛନ୍ତି ନିର୍ଜିବ ମଣିଷ। ସମସ୍ତେ ଅପରିଚିତ, ସମସ୍ତେ ନିଥର। କିନ୍ତୁ ଏଇ ଶବ ଗଦା ଭିତରେ ଗୋଟାଏ ହାତ ଥରୁଥିଲା। କହୁଥିଲା, ମୋତେ ଏ ବିବତ୍ସ ପରିବେଶ ଭିତରୁ ମୁକ୍ତି ଦିଏ। ମୃତ ମୁଁ ନୁହେଁ, ମୁଁ ଜୀବିତ। ଦେଖିଲା ଲୋକେ ଚମକି ପଡିବା ସ୍ବଭାବିକ୍। କିନ୍ତୁ ଶବ ଗଦା ଭିତରୁ ଏହି ହାତ ହିଁ କହିଥିଲା, ମୁଁ ବିଶ୍ବଜିତ୍ ଆଜି ମୃତ୍ୟୁଞ୍ଜୟି ହୋଇଛି। ମୃତ୍ୟୁର ପଞ୍ଝାରୁ ମୁକୁଳି ଆସିଛି।
ଦର୍ଶକବନ୍ଧୁ ଆପଣ ଏ ଅବତାରଣା ଶୁଣିବା ପରେ ଭାବୁଥିବେ, ଆମ ସତ କହୁଛୁ ନା ଗପ କହୁଛୁ। ନା...ଆଜ୍ଞା ଏହା ଗପ ନୁହେଁ। ବାହାନଗା ଟ୍ରେନ ଟ୍ରାଜିଡିର ଗୋଟେ ଚମକାଇଲା ଭଳି ଖବର। ମରଣ ମୁହଁରୁ ବଞ୍ଚି ଯାଇଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଚିମବଙ୍ଗର ୨୪ ବର୍ଷିୟ ବିଶ୍ବଜିତ ମଲ୍ଲିକ।
ଜୁନ ୨ ତାରିଖରେ ସାଲିମାର ଷ୍ଟେଶନରେ କରୋମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ ହେଳାରାମ ମଲ୍ଲିକଙ୍କ ପୁଅ ବିଶ୍ବଜିତ୍। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେଲା। ଖବର ପାଇଁ ହେଳାରାମ ଆଉ ହେଳା ନ କରି ଧାଇଁ ଆସିଲେ ବାଲେଶ୍ବର। ତାଙ୍କ ପୁଅ ବଞ୍ଚିବ ଏଇ ଆଶାରେ ସେ ଆମ୍ବୁଲାନ୍ସ ନେଇ ଦୀର୍ଘ ୨୩୦ କିମି ପଥ ଅତିକ୍ରମ କଲେ। ବାହାନଗାରେ ପହଞ୍ଚି ଛାତିକୁ ପଥର କରି ଗୋଟି ଗୋଟି ମୃତଦେହ ତନଖି କଲେ।
ମିରାକଲ ହେଲା। ଚମକିପଡିଲେ ହେଳାରାମ। ଶବ ଗଦା ଭିତରେ ତାଙ୍କ ପୁଅ ବଞ୍ଚିଥିଲା। ବାପାର ବିଶ୍ବାସ ରହିଗଲା। ତୁରକ୍ତ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ଅଣାଗଲେ। ଚିକିତ୍ସା ପରେ ବିଶ୍ବଜିତ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ଯିଏ ଦେଖୁଛି ସିଏ କହୁଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
