ଅଧିକ ପଢନ୍ତୁ: ପୁଣି ସକ୍ରିୟ ହେଲେ ସାରଥୀ ଭକ୍ତ
ସନ୍ଧ୍ୟାରେ ପାଦୁକା ପୂଜା ସହ ପ୍ରବଚନ ମଧ୍ୟ ଆୟୋଜନ ହୋଇଛି । ଯାହାକୁ ଶୁଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଏପରିକି ସବୁ ଜିଲ୍ଲାରୁ ସାରଥୀ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କୁହାଯାଉଛି । ଉପାନ୍ତ ଅଞ୍ଚରେ ହଜାର ହଜାର ଭକ୍ତଙ୍କ ସମାଗମରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କିଛି ଦିନ ତଳେ ମାଲକାନଗିରି ଜିଲ୍ଲାରେ ସାରଥୀ ବାବାଙ୍କ ଏଭଳି ସତସଙ୍ଗରେ ବାବାଙ୍କ ଫୋଟ ଚିତ୍ରରୁ ମହୁ ଝରୁଥିବା ନେଇ ଏକ ଭିଡିଓ ଗଣମାଧ୍ୟମରେ ଘୁରି ବୁଲୁଥିଲା।
ପୂର୍ବରୁ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ରାୟରାମଚନ୍ଦ୍ରପୁର ଗାଁରେ ସରଥୀ ବାବାଙ୍କ ସତସଙ୍ଗ ବେସ୍ ଧୁମଧାମରେ ପାଳିତ ହୋଇଯାଇଛି । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଔପଦା ସାରଥୀ ପରିବାର ତରଫରୁ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଓଡିଶାର ବିଭିନ୍ନ ସ୍ଥାନରୁ ହଜାର ହଜାର ସାରଥୀ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ବାବା ସାରଥିଙ୍କ ଗୀତ ଗାଇ ନାଚିବା ସହିତ ସତସଙ୍ଗ କରିଥିଲେ । ଏପରିକି ସାରଥୀ ବାବାଙ୍କୁ ମିଥ୍ୟା ଆରୋପ ଲଗାଇ ବଦନାମ କରାଯାଇଥିବା କହି କାନ୍ଦିଥିଲେ ଭକ୍ତ । ଏପରିକି ସତସଙ୍ଗରେ କିଛି ବ୍ୟକ୍ତି କାଳସି ଲାଗିବା ଭଳି ଆଚରଣ କରୁଥିବା ଦେଖିବାକୁ ମିଳିଥିଲା ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ