ଏହି ପର୍ବରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗ ଦେଇ ରିତୀନିତୀ ଅନୁସାରେ ଶାଳ ଗଛ ମୁଳରେ ପୁଜା କରିବା ସହ ନିଜର ଇଷ୍ଟ ଦେବୀଙ୍କୁ ଭୋଗ ଚଢାଇ ଥିଲେ। ଜନଜାତିଙ୍କ ଗଣପର୍ବ ଏହି ସାରହୁଲ ପର୍ବ ସୁନ୍ଦରଗଡ ସଦରମହକୁମାରେ ପ୍ରଥମ ଥର ପାଇଁ କରାଯାଇଛି ପୁର୍ବରୁ ଯଦିଓ ଏହି ପର୍ବ ପାଳନ ହୋଇ ଅ।ସୁଛି ତଥାପି ଚଳିତ ବର୍ଷ ସମସ୍ତ କରୋନା କଟକଣା ହଟିବା ପରେ ଅ।ନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରାଯାଉଛି ବୋଲି କହିଛନ୍ତି ଜୁଏଲ।
କେବଳ ଯେ ଶାଳ ଗଛ ମୁଳରେ ପୁଜା କରି ନୁଅ। ଫୁଲ,ଫଳ ଚଢାଇବା ନୁହେଁ ବରଂ ଏହି ଶାରହୁଲ ପୁଜା ସହ ଯୋଡି ହୋଇ ରହିଛି ପୌରାଣିକ ତଥ୍ୟ, ମହାଦେବ ଯେତେବେଳେ ମାତା ପାର୍ବତୀଙ୍କୁ ବାହା ହୋଇଥିଲେ ସେତେବେଳେ ମାତା ପାର୍ବତୀ ଏକ ସର୍ତ୍ତ ରଖିଥିଲେ ସେ 3 ମାସ ଶିବଙ୍କ ପାଖରେ ରହିବେ ଓ 9 ମାସ ଧରାପୃଷ୍ଠରେ ରହିବେ ଏବଂ ସର୍ତ୍ତ ଅନୁଯାୟୀ ମାତା ପାର୍ବତୀ ଏହି ଚୈତ୍ର ମାସରେ ଧରାପୃଷ୍ଠକୁ ଅବତରଣ କରିଥିଲେ ଓ ସେହି ସମୟରେ ଗଛ ପତ୍ର ସବୁ କଅଁଳି ନୁଅ। ରୁପ ପାଇଥିଲା ଓ ଶାଳ ଗଛର ପତ୍ର ସହ ନୁଅ।
ଫୁଲ ଯେଭଳି ଭାବରେ ମାତା ପର୍ବତୀଙ୍କୁ ସ୍ଵାଗତ କରିଥିଲା ସେହି ଭଳି ଅ।ମେ ମଧ୍ୟ ସେହି ପରମ୍ପରାକୁ ବଜାୟ ରଖିଛୁ ବୋଲି କହିଛନ୍ତି ପୁଜକ। ଅନ୍ୟପଟେ ଓରାମ ସଂପ୍ରଦାୟର ଏହା ହେଉଛି ଏକ ପ୍ରକୃତି ପୁଜା ଏଣୁ ଅ।ମେ ଏହାକୁ ପାଳନ କରି ଅ।ସୁଛୁ କହିଛନ୍ତି ଏହାର କର୍ମକର୍ତ୍ତା।
ଗ୍ରୀଷ୍ମର ଅ।ଗମନରେ ପତ୍ରଝଡା ପରେ ଗଛପତ୍ର ଯେଭଳି ଭାବରେ କଅଁଳି ସବୁଜିମା ହୋଇଥାଏ । ଓରାମ ସଂପ୍ରଦାୟର ଏହି ସାରହୁଲ ପୁଜା ପୌରାଣିକ ବିଶ୍ଵାସ ହେଉ ବା ନିଜ ଧର୍ମର ବିଶ୍ଵାସ ହେଉ ଏହା କିନ୍ତୁ ବିଭିଧତା ମଧ୍ୟରେ ଏକତା ଏହାହିଁ ପ୍ରମାଣିତ କରୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: