ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କ ପାଇଁ ଆଇସୋଲେସନ ରୁମ୍ ର ବ୍ୟବସ୍ଥା ହୋଇଛି । ମାଟ୍ରିକ ପାସକୁ ନେଇ ବିଧାୟକ ବିବଦାରେ ରହି ଆସିଛନ୍ତି । 2009 ମସିହା ନିର୍ବାଚନ ସମୟରେ ସେ ସତ୍ୟପାଠରେ ଦାଖଲ କରିଥିଲେ । ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ କ୍ୟାମ୍ପସ ହାଇସ୍କୁଲରେ ସେ ଦଶମ ଶ୍ରେଣୀ କରିଛନ୍ତି । ପରେ ପୁଣି 2014 ମସିହାରେ 1988 ମସିହାରେ ନବମ ପାସ କରିଛନ୍ତି ବୋଲି ସତ୍ୟପାଠ ଦାଖଲ କରିଥିଲେ ।
ଏହି ସବୁ ଜଣା ପଡିବା ପରେ ବିଧାୟକ ବିବାଦକୁ ଆସିଥିଲେ । ଏଥିପାଇଁ 2015 ମସିହାରେ କୋର୍ଟରେ କେସ ମଧ୍ୟ ଫାଇଲ ହୋଇଥିଲା । ମିଛ ଜଣାପଡିବା ପରେ ବିଧାୟକ ଆଜି ପୁଣି ପରୀକ୍ଷା ଦେଉଛନ୍ତି । ନିକଟରେ କୋଭିଡ କଟକଣାର ଧଜିଆ ଉଡ଼ାଇ ହଜାର ହଜାର ଲୋକଙ୍କୁ ନେଇ ଭୋଜି କରି ବିବାଦକୁ ଆସିଥିଲେ ବିଧାୟକ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ତାତି ମଧ୍ୟ ଲାଗି ରହିଛି ।