ଜିଆନ୍ତା ମାଛ ଧରି ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ଆଉ କହୁଛନ୍ତି ଏହି ଚିହ୍ନରେ ଭୋଟ ଦିଅନ୍ତୁ ମୁଁ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବି । ଆଉ ସବୁଠୁ ବଡ କଥା ହେଲା ସେ ହେଉଛନ୍ତି ଜଣେ ସଫଳ ଚାଷୀ । ଚାଷବାସ ପାଇଁ ସେ ସରକାରଙ୍କ ଠାରୁ ପୁରସ୍କାର ମଧ୍ୟ ପାଇଛନ୍ତି । ଆଉ କହିଛନ୍ତି ଯଦି ମୁଁ ଜିତେ ତେବେ ଆମ ପଞ୍ଚାୟତରେ ଚାଷୀଙ୍କ ପାଇଁ ସର୍ବାଙ୍ଗୀନ ଉନ୍ନତି କରିବି । ଚାଷ ଜମିକୁ ପାଣି ଯୋଗାଇଦେବି । ଅଞ୍ଚଳରେ ଚାଷୀ ତାଙ୍କ ଫସଲ ବିକ୍ରି କରିବା ପାଇଁ ବିଶେଷ ସୁବିଧା ନଥିବାବେଳେ ଯେପରି ଧାନ, ପନିପରିବା ଆଦି ଚାଷୀମାନେ ବିକ୍ରି କରିପାରିବେ ତାହାର ସୁବିଧା କରିବି । ରାସ୍ତା, ବନ୍ଧ, ଷ୍ଟ୍ରିଟ୍ ଲାଇଟ୍ ଆଦିର ସୁବିଧା କରିବି । ଆମ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଢି ତୋଳିବି ବୋଲି କହିଛନ୍ତି ସରପଞ୍ଚ ପ୍ରାର୍ଥୀ ଅୟସକାନ୍ତ ବଡପଣ୍ଡା ।
ମାଛ ଚିହ୍ନକୁ ଅନୁସରଣ କରି ଜୀଅନ୍ତା ମାଛ ସାଙ୍ଗରେ ନେଇ ଘର କୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଲିଛି । ଏଭଳି ନିଆରା ଢଙ୍ଗର ନିର୍ବାଚନ ପ୍ରଚାର ଏବେ ଜିଲ୍ଲାରେ ବେଶ ଚର୍ଚ୍ଚା ପାଲଟିଛି ।