ଏଥିପାଇଁ କିଛି ପ୍ରଶ୍ନ ରଖାଯାଇଥିଲା...
ଆପଣଙ୍କ ଗ୍ରାମପଞ୍ଚାୟତରେ କେତୋଟି ଗ୍ରାମ, କେତୋଟି ୱାର୍ଡ, କେତେ ଜନସଂଖ୍ୟା ରହିଛି ?
ସରପଞ୍ଚା ପ୍ରାର୍ଥୀ ହେବାର 5 ଟି ଉଦେଶ୍ୟ କ’ଣ ?
ଆଗାମୀ 5 ବର୍ଷ ପାଇଁ ଲକ୍ଷ୍ୟ କ’ଣ ରହିବ ?
ଯଦି ସରପଞ୍ଚା ଭାବରେ ଜିତୁଛନ୍ତି ପଞ୍ଚାୟତ ପାଇଁ କ’ଣ କରିବେ ?
ଆପଣଙ୍କ ସ୍ପପ୍ନର ପଞ୍ଚାୟତ କିପରି ହେବା ଦରକାର ?
ଏବେ ଯେମିତି ଘର ଘର ବୁଲି ଭୋଟ ମାଗୁଛନ୍ତି ଜିତିବା ପରେ ସେମିତି ଘର ଘର ବୁଲି ଲୋକଙ୍କ ସମସ୍ୟାର ସମାଧାନ କରିବେ ତ ?
ଯଦି ଆପଣ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ଆସିଛନ୍ତି ତେବେ ପୂର୍ବରୁ କରିଥିବା 5 ଟି ନିଃସ୍ୱାର୍ଥପର ସେବା କ’ଣ କ’ଣ?
ପୂର୍ବରୁ ଥିବା ସରପଞ୍ଚଙ୍କ ବିଷୟରେ ଉଲ୍ଲେଖ କରନ୍ତୁ ?
ଏହିଭଳି କିଛି ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରାର୍ଥୀଙ୍କୁ କୁହାଯାଇଥିଲା । ଆଉ ଆଗ୍ରହର ସହ ପ୍ରାର୍ଥୀମାନେ ମଧ୍ୟ ପରୀକ୍ଷା ଦେଇଥିଲେ । ସମୁଦାୟ 8 ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବାବେଳେ ଏଥିରେ ମୋଟ 3 ଜଣ ଉତ୍ତୀର୍ଣ୍ଣ ହୋଇଥିବା ଘୋଷଣା କରିଛନ୍ତି ଗ୍ରାମବାସୀ । ଏହି 3 ଜଣଙ୍କୁ ଗ୍ରାମବାସୀ ଭୋଟ ଦେବେ ବୋଲି ସ୍ଥିର କରିଛନ୍ତି । ନିଜ ନିଜର ପସନ୍ଦ ଅନୁଯାୟୀ ଗ୍ରାମବାସୀମାନେ ଏହି 3 ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ଭୋଟ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ତେବେ ପ୍ରାର୍ଥୀମାନେ ହେଲେ ଅଜିତ ହରୋ, ଅମୃତଲାଲ ଟପ୍ପୋ, ଚଞ୍ଚଳା ଏକ୍କା, ଜିତେନ୍ଦ୍ର ଟପ୍ପୋ, ଦିଲ୍ଲୀପ କୁଲ୍ଲୁ, ନୂଆସ ଡାଙ୍ଗ, ଫିରୋଜ ଡୁଙ୍ଗ ଡୁଙ୍ଗ, ଭୁବନ ଜୁଜର, ଲଳିତା ବରୁଆ । ଏମାନଙ୍କ ମଧ୍ୟରୁ 3 ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ସେମାନଙ୍କୁ ଭୋଟ୍ ଦେବା ନେଇ ମନସ୍ଥ କରିଛନ୍ତି । ରାଜ୍ୟରେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳିଥିବାବେଳେ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।
ଉତ୍ସାହ, ଉତ୍କଣ୍ଠା, ରୋଚକ ମୟ ଚଳିତବର୍ଷର ପଞ୍ଚାୟତ ନିର୍ବାଚନ । ପ୍ରଥମ ଥର ଉଚ୍ଚଶିକ୍ଷିତ ପ୍ରାର୍ଥୀ ନାମାଙ୍କନ ଭରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ । ଆଉ ଏବେ ନିଆରା ପ୍ରାଚରକୁ ନେଇ ମଧ୍ୟ ଅନେକ ପ୍ରାର୍ଥୀଙ୍କୁ ନେଇ ଚାରିଆଡେ ଟୁପୁର ଟାପୁର । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯୁବପିଢୀଙ୍କର ବା ଉଚ୍ଚଶିକ୍ଷିତ ଲୋକଙ୍କର ହଠାତ୍ ଏମିତି ରାଜନୀତି ପ୍ରତି ଏତେ ଉତ୍କଣ୍ଠା କୁଆଡୁ ଆସିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଯେ ଆମକୁ ଭୋଟ୍ ଦେଲେ ଆମେ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବୁ । ଏମିତି କହି ନିଆରା ଶୈଳୀରେ ଭୋଟ୍ ହାତେଇବାକୁ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ।