ବିବାହ କରିବେ ନଦୀ କନ୍ୟା...
ପୁରୀ: ଆଜି ପିପିଲି ନୂଆଶାସନ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ଗତକାଲି ମତଦାନ ଶେଷ ହୋଇଥିବା ବେଳେ ଆଜି ପିପିଲି ବ୍ଲକରେ ଭୋଟ ଗଣତି ଜାରି ରହିଛି ।
୩ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ । କଡା ସୁରକ୍ଷା ବଳୟ ଭିତରେ ଚାଲିଛି ଭୋଟ ଗଣତି । ପିପିଲି ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପିପିଲି ବ୍ଲକ ଅଫିସ ଭିତରେ କଡା ସୁରକ୍ଷା ବଳୟ ଭିତରେ ଚାଲିଛି ଭୋଟ ଗଣତି ।୪ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଥିବା କହିଛନ୍ତି ପିପିଲି ବିଡିଓ ରଶ୍ମିତା ନାଥ ! ସୂଚନାନୁସାରେ, 12ଟି ବୁଥ୍ରେ 4 ହଜାର 7 ଶହ 31 ଭୋଟର ଭୋଟ ଦେଇଛନ୍ତି ।