ROK THOK: ପୋଷା ଶୁଆଙ୍କ ଘୋଷା କଥା
ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ । ଷ୍ଟେଟ ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବ ପରେ ଏହି ପଦକ୍ଷେପ ନିଆଯାଇଛି । ଆଗାମୀ 2 ଦିନ ପାଇଁ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ କରିଛି ବିଏମସି । ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ସେହିପରି ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଥମଥର ପାଇଁ 2 ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଉଭୟ ଯାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ଯାଂଚ ଚାଲିଛି । ରେଳ ଷ୍ଟେସନରେ ପଜିଟିଭ ଚିହ୍ନଟ ପରେ ଟେଷ୍ଟିଂକୁ ତ୍ୱରାନ୍ବିତ କରାଯାଇଛି ବୋଲି ବିଏମ୍ସି କମିଶନର କହିଛନ୍ତି।