2014 ରେ ବିବାହ କରିଥିଲେ ସୁଭଶ୍ରୀ । 2019 ରେ ଚିତ ରଞ୍ଜନଙ୍କ ସହ ଯୋଗାଯୋଗରେ ଆସିଲେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେଲା । ସମ୍ପର୍କ କଥାକୁ ନେଇ ସୁଭଶ୍ରୀଙ୍କ ସ୍ୱାମୀ ସନ୍ଦେହ କରୁଥିଲେ । ଉଭୟ ବୁଲିଛନ୍ତି, ଲଜରେ ରହିଛନ୍ତି । 28 ତାରିଖରେ ଆଉ ଜଣେ ଯୁବକ ସହ ଶୁଭଶ୍ରୀ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ଏହି ଘଟଣାକୁ ନେଇ ଚିତ ଓ ସୁଭଶ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । କାହିଁକି ଅନ୍ୟ ଜଣେ ଯୁବକ ସହ ଯାଇଥିଲେ ତାକୁ ନେଇ ଝଗଡା ହୋଇଥିଲା । 29 ତାରିଖ ସନ୍ଧ୍ୟାରେ ଶୁଭଶ୍ରୀ ମୃତ୍ୟୁ ପୂର୍ବରୁ ଚିତ ରଞ୍ଜନକୁ ଫୋନ କରିଥଲେ । ଫୋନ କଲରେ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ପରେ ଚିତ୍ତ ସୁଭଶ୍ରୀଙ୍କ ପୁଅକୁ ଟ୍ୟୁସନ କରୁଥିବା ଶିକ୍ଷୟତ୍ରୀଙ୍କୁ ଫୋନ କରିଥିଲେ ।
ଟ୍ୟୁସନ ଶିକ୍ଷୟିତ୍ରୀ ଘରେ ପହଞ୍ଚି ସୁଭଶ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିଥିଲେ । ପରେ ଘଟଣାସ୍ଥଳରେ ଚିତ ରଞ୍ଜନ ପହଂଚିଥିଲେ । ମୃତଦେହକୁ ତଳକୁ ଓହ୍ଲାଇ ଥିଲେ । ଓ ଓଢଣୀକୁ ନେଇ ପଳାଇଥିଲେ । ଚିତ୍ତ ରଞ୍ଜନକୁ 306 ରେ ମାମଲା ରୁଜୁ କରି ଗିରଫ କରି ତଦନ୍ତ କରୁଥିବା ଭୁବନେଶ୍ୱର ଡିସିପି ଗତାକାଲି ସୂଚନା ଦେଇଥିଲେ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।