ଯାହାକୁ ନେଇ "ମୋ ଘର' ଯୋଜନାରେ ଲୋନ ନେବାକୁ ଲୋକେ ଅମଙ୍ଗ ହେଉଥିବା ବେଳେ ଅନେକ ଆବେଦନ କରିବାରୁ ବି ବଞ୍ଚିତ ହେଉଛନ୍ତି । ହୀତାଧିକାରୀ ଙ୍କ କହିବା କଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ରାଜ୍ୟ ସରକାର ମୋଘର ଯୋଜନା କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଅନ୍ତୁ ।କେବଳ ମୟୁରଭଞ୍ଜ ଜିଲ୍ଲା ନୁହେଁ ରାଜ୍ୟ ସାରା ଏମିତି ଅବସ୍ଥା । ରାଜ୍ୟରେ 4 ଲକ୍ଷ 60 ହଜାର ହିତାଧୀକାରୀ ମୋ ଘର ଯୋଜନାରେ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 428 ଜଣଙ୍କୁ ହିଁ ବ୍ୟାଙ୍କ ଋଣ ମିଳି ପାରିଛି । ଯାହାକୁ ନେଇ ବିରୋଧୀ କରିଛନ୍ତି ସରକାର ଯୋଜନା କରିଦେଉଥିବା ବେଳେ ଗରିବ ହିତାଧୀତକାରିଙ୍କ ପାଇଁ ଗ୍ୟାରେଣ୍ଟର କାହିଁକି ହେଉ ନାହାନ୍ତି ।2014ରେ ରାଜ୍ୟ ସରକାର ମୋ କୁଡିଆ ଯୋଜନାର ନାଁ ବଦଳାଇ ବିଜୁ ପକ୍କାଘର କଲେ ।
ଆଉ ଚଳିତ ବର୍ଷ କୁ ବାଦ୍ ଦେଲେ ଗତ ତିନି ବର୍ଷ ହେବ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ବି ବ୍ୟୟବରାଦ କରାଗଲା ନାହିଁ । ଶେଷରେ ଜନ ଅସନ୍ତୋଷ ବଢିବାରୁ ପକ୍କା ଘର ପାଇଁ ଋଣ-ସବସିଡି ଭିତିକ ଯୋଜନା ମୋ ଘର ସ୍କିମ୍ ର ସ୍ବପ୍ନ ଦେଖାଇଲେ । ଶେଷରେ ଗରିବଙ୍କ ପାଇଁ ଗ୍ୟାରେଣ୍ଟର ନ ରହି ବ୍ୟାଙ୍କ ଜରିଆରେ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: