ଅନ୍ୟପଟେ କାଲିଠୁ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଖୋଲିବାକୁ ଯାଉଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଣିକି ସକାଳ ୭ ନୁହେଁ 6.30ରେ ହେବ ପାଠପଢ଼ା । ଆସନ୍ତା ସୋମବାରରୁ ସକାଳ 6ଟା 30ରୁ ପୂର୍ବାହ୍ନ 11ଟା ଯାଏଁ ପ୍ରଥମରୁ ଦ୍ବାଦଶ ପାଠପଢ଼ା ହେବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହା ଲାଗୁ ହେବ ।
ତତଲା କଡ଼େଇରେ ଭାଜି ହେଉଛି ପୁରା ଓଡ଼ିଶା । ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଆଜି ଦିନ 2ଟା 30 ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । 42.2 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡାରେ 41.6, ହୀରାକୁଦରେ 40.2, ଭୁବନେଶ୍ବରରେ 39.2, ବାଲେଶ୍ବରରେ 38.2, କେନ୍ଦୁଝରରେ 37.8, ଚାନ୍ଦବାଲିରେ 37 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ପୁରୀରେ 33.6, ଗୋପାଳପୁରରେ 33.4, ପାରାଦୀପରେ 32.2 ଡିଗ୍ରୀ ତାତି ରେକର୍ଡ ହୋଇଛି ।