ଯାହା ବିଦ୍ୟାଳୟ ମରାମତି କାର୍ଯ୍ୟ ପିଲାଙ୍କୁ ଲଗାଇ କରିବା ସହ ପ୍ରଧାନ ଶିକ୍ଷକ ନିଜେ ଚେୟାର ପକାଇ ନିଜର ଠିକା କାର୍ଯ୍ୟକୁ ପରଖୁଛନ୍ତି। ଏଭଳି ପ୍ରଧାନ ଶିକ୍ଷକଙ୍କୁ ଭାଷାରେ କଣ କୁହାଯାଇ ପାରିବ ଆପଣ ମାନେ ବିଚାର କରନ୍ତୁ, ଏବଂ ରାଜ୍ୟ ସହ ଯାଜପୁର ଜିଲ୍ଲାର ଶିକ୍ଷା ବ୍ୟବସ୍ଥା କଥା ମଧ୍ୟ ବିଚାର କରନ୍ତୁ।
ସ୍କୁଲରେ ଏ କି ଚିତ୍ର: ପିଲାଏ ପାଠ ପଢ଼ୁନାହାନ୍ତି, କରୁଛନ୍ତି ସ୍କୁଲ ମରାମତି କାମ

ଅର୍ଗସ ବ୍ୟୁରୋ: ସ୍କୁଲ ମରାମତି କାର୍ଯ୍ୟ କରୁଛନ୍ତି କୁନି କୁନି ପିଲା । ପ୍ରଧାନ ଶିକ୍ଷକ ସାଜିଛନ୍ତି ଠିକାଦାର । ଗଣଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ମଣ୍ଡଳ ଶିକ୍ଷା ଅଧିକାରୀ ବଡ଼ଚଣା ଅଧୀନରେ ଥିବା ବାହାଦୂରନଗର ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଯାହା ଚାରିନଗଳ ଗ୍ରାମପଞ୍ଚୟତରେ ଅବସ୍ଥିତ। ଏଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ ସାଜିଛନ୍ତି ଠିକାଦାର ଏବଂ କୁନି କୁନି ଛାତ୍ର ଛାତ୍ରୀଙ୍କୁ ସଜାଇ ଦେଇଛନ୍ତି ଶ୍ରମିକ।
Download Argus News App
