ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଜଣେ ପ୍ରଧାନଶିକ୍ଷକଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଛି। ସେଥିଲାଗି ଗ୍ରାମବାସୀ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ବିଦ୍ୟାଳୟରେ ତାଲା ପକାଇଛନ୍ତି। ପାଠ ପଢାରେ ଅବହେଳା, ବିଦ୍ୟାଳୟ ସମୟ ପୂର୍ବରୁ ଛୁଟି କରିବା, ବିଦ୍ୟାଳୟରେ ଲାଗି ଥିବା ଶାଗୁଆନ ଗଛକୁ କାଟି ଇଟାଭାଟିରେ ବିକ୍ରି କରିଦେବା, ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ବନ୍ଦ କରି ରଖିବା, ଏମଡିଏମରେ ଭଲ ଖାଦ୍ୟ ନଦେବା ସହ ସାପ୍ତହରେ ୨ ଦିନ ବଦଳରେ ଗୋଟିଏ ଦିନ ଅଣ୍ଡା ଦେବା ଭଳି ଅନେକ ଅଭିଯୋଗ ଗ୍ରାମବାସୀ କରିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।