ବିଜ୍ଞାନ ମେଳା ବିଷୟରେ ପ୍ରଦର୍ଶିତ ୮୨ଟି ପ୍ରକଳ୍ପ ମଧ୍ୟରୁ ପ୍ରିତୀ ପ୍ରଗତି ଦାଶ ଅରେହିକଣା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ, ଅନ୍ମୟ ପରିଡା ସାମନ୍ତସିଂହାର କେଳୁଚରହାଇସ୍କୁଲ, ସେକ୍ ଅବ୍ଦୁଲିଦିନ ଆଳି ହାଇସ୍କୁଲ, ବିଜୟା ଲକ୍ଷ୍ମୀ ସାହୁ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ , ଶ୍ରଦ୍ଧାସୁମନ ସେଠୀ ପନ୍ଦର ଶିଳା ହାଇସ୍କୁଲ, ସ୍ନେହାଶ୍ରୀ ମିଶ୍ର ଗୋଦାବରୀଶ ନୋଡାଲ ବିଦ୍ୟାଭବନ ଗଣିତ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରି ଜିଲ୍ଲା ସ୍ତରକୁ ଯିବାପାଇଁ ମନୋନୀତ ହୋଇଛନ୍ତି । ସମ୍ପୂର୍ଣ ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ଆଳି ବ୍ଲକର ନୋଡାଲ ଶିକ୍ଷକ ତଥା ବିଜ୍ଞାନ କମିଟି ସଭାପତି ବିରଞ୍ଚି ନାରାୟଣ ମହାପାତ୍ର ପରିଚାଳନା କରିଥିଲେ l
ଅନୁଷ୍ଠିତ ହୋଇଯାଇଛି 28 ତମ ଗଣିତ, ବିଜ୍ଞାନ ଓ ପରିବେଶ ମେଳା

ଅର୍ଗସ ବ୍ୟୁରୋ : ମଣ୍ଡଳ ସ୍ତରୀୟ ଗଣିତ, ବିଜ୍ଞାନ ଓ ପରିବେଶ ପ୍ରଦର୍ଶନୀ ଗୋଦାବରୀଶ ବିଦ୍ୟାଭବନ ଗୋବିନ୍ଦପୁର ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଏଥିରେ ମୂଖ୍ୟ ଅତିଥିଭାବେ ପ୍ରଫେସର ସତ୍ୟବ୍ରତ ପାଣି ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ l ଆଳିବ୍ଲକର ବିଇଓ ମହମ୍ମଦ ହୁମାୟୁନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସୀମାରାଣୀ ମଲ୍ଲିକ ସରପଞ୍ଚ ଗୋବିନ୍ଦପୁର ଯୋଗ ଦେଇଥିଲେ । ସିଆରସିସି ନରେନ୍ଦ୍ର ଆଚାର୍ଯ୍ୟ ସ୍ଵାଗତ ଭାଷଣ ଓ ଶ୍ରୀମତୀ ସଂଯୁକ୍ତା ମିଶ୍ର ସହକାରୀ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
Download Argus News App
