ପରଦାରେ ଅଛନ୍ତି ଚର୍ଚ୍ଚିତ ବୈଜ୍ଞାନିକ ଶେଷ କିସାନ ଓ ତାଙ୍କ ଧର୍ମପତ୍ନୀ ଜୟଶ୍ରୀ। ଆଉ ଏ ଦୃଶ୍ୟ ବଖାଣୁଛି ଗୋଟାଏ ବିରହ ବେଳାର ଚିତ୍ର। ପତିଙ୍କୁ ବିଦେଶ ଛାଡୁଥିବା ଶ୍ରୀ ତାଙ୍କ ମୁହଁରେ ମାଖି ଦେଉଛନ୍ତି କ୍ରିମ୍। ଭଲରେ ଭଲରେ ଦେଖିଚାହିଁ ଯିବାକୁ ଦେଉଛନ୍ତି ପରାମର୍ଶ।
ଅଧିକ ପଢନ୍ତୁ:ଶେଷରେ ଶେଷଙ୍କ ବାହାଘର ହେଲା, ଦିନେ ଜୀବନ ଯୁଦ୍ଧରେ ଲଢୁଥିଲେ ଆଜି ଉଦାହରଣ
ଦର୍ଶକବନ୍ଧୁ ୟାଠୁ ଅଧିକ ଆବେଗପୂର୍ଣ୍ଣ ପ୍ରେମ ଆଉ କୋଉଠୁ ମିଳିବ କହିଲେ ?
ଓଡ଼ିଶା ପୁଅ ବୈଜ୍ଞାନିକ ଶେଷ କିସାନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଲାସିଂହା ଭଳି ଏକ ଅନୁନ୍ନତ ଅଂଚଳର ଶେଷ କିସାନଙ୍କ ଘର। ଛୋଟ ସମୟରୁ ମା, ବାପାଙ୍କୁ ହରାଇଥିଲେ। ମୂଲମଜୁରୀ ଲାଗି ପେଟ ପୋଷିବା ସହ ବିଦ୍ୟାଳୟରେ ପାଠ ପଢିଥିଲେ। ବହୁ ସଂଘର୍ଷ କରି ସେ ଆଜି ଜର୍ମାନରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ଗଟିଜେନସି ବିଶ୍ୱବିଦ୍ୟାଳୟରେ ସେ ଏବେ ରିସର୍ଚ୍ଚ ଆସୋସିଏଟ୍।
ନିକଟରେ ତାଙ୍କ ବିବାହ ହୋଇଥିଲା, ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଂଚଳର ଜୟଶ୍ରୀ ଜେନାଙ୍କ ସହ। ବାହାଘର ପରେ ଉଭୟଙ୍କ ଜୀବନ ରଥ ଭଲରେ ଭଲରେ ଗଡିଲା। କିନ୍ତୁ ସମୟ ଆସିଲେ, କର୍ମଭୂମୀ ଡାକିଲା। ଜର୍ମାନୀ ଯିବାକୁ ପ୍ରସ୍ତୁତ ହେଲେ ଶେଷ। ହେଲେ ପତ୍ନୀ ଜୟଶ୍ରୀ ଏଇଠି ଓଡ଼ିଶାରେ ରହିବେ। ଯାହାକୁ ନେଇ ମନର କଥା ବ୍ୟକ୍ତ କରି ଭିଡିଓ କରିଥିଲେ ମାଡାମ୍ ଶେଷ କିଶାନ୍।
ଅଧିକ ପଢନ୍ତୁ: ଦିନ ଥିଲା ଖାଇବାକୁ ମୁଠେ ପାଉନଥିଲେ, ଆଜି ଯୁବ ବୈଜ୍ଞାନିକ
ନିକଟରେ ଶେଷ କିସାନ ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଛନ୍ତି। ଯେଉଁଥିରେ ପତ୍ନୀ ଜୟଶ୍ରୀ ସ୍ବୀମୀଙ୍କ ବିଦେଶ ଯାତ୍ରାର ବିଦାୟ ବେଳାକୁ ଶେୟାର କରିଛନ୍ତି। ତାଙ୍କୁ କ’ଣ ଭଲଲାଗେ ? ସେଠି କ’ଣ ମିଳେ ନ ମିଳେ ସେ ସବୁ ଗୋଟି କରି କହିଛନ୍ତି। ଉଭୟଙ୍କ ଭଲପାଇବା ଦେଖିବା ପରେ ହୁଏତ ଆପଣ ବି ଇର୍ଶା କରିବେ ।
ତଥାପି ଉଭୟଙ୍କୁ ଢେର ସାରା ଭଲପାଇବା। ଆଉ ଭଗବାନଙ୍କୁ ପ୍ରାର୍ଥନା ସମସ୍ତଙ୍କୁ ଏମିତି ନିରୁଦା ଭଲପାଇବା କାଳ କାଳକୁ ମିଳୁଥାଉ। ଆଉ ଏ ପଞ୍ଚ୍ ଲାଇନଟା ତାଙ୍କ ପାଇଁ ଆମ ତରଫରୁ, ମାଡାମ୍ ଜୟଶ୍ରୀ ବ୍ୟସ୍ତ ହୁଅନ୍ତୁନି ଚନ୍ଦ୍ର ଯେତେଦୂରରେ ଥିଲେ ବି ସେ କଇଁର ଏ କଥା ଭୁଲି ଯାଆନ୍ତୁନି।
ଓଡ଼ିଶା ନ୍ୟୁଜ ଆହୁରି ପଢନ୍ତୁ