ଆଜି ପୂର୍ବାହ୍ନରେ ଜଣେ ସ୍କୁଟି ଚାଳକ ଆଇଗିଣିଆ ଦେଇ ରାସ୍ତା ପାର୍ ହେଉଥିବା ବେଳେ ଏକ ୧୦ ଚକିଆ ଡମ୍ପର ତାଙ୍କୁ ସାଇଡ୍ ମାରିଥିଲା ।
ଫଳରେ ସ୍କୁଟି ଚାଳକଙ୍କୁ ରାସ୍ତା ମଝିରୁ ଘୋଷାଡି ନେଇଥିଲା ଟ୍ରକ । ସ୍କୁଟି ଚାଳକ ମଧ୍ୟ ଗାଡି ଚକାରେ ଲାଗି ଘୋଷାରି ହୋଇ ଛିଟିକି ପଡିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।