ସେପଟେ ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖି କୋରେଇ ପୋଲିସକୁ ଖବର ଦେଇଥିଲେ। ତେବେ ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇ ଛନ୍ତି l ଏଥିସହିତ ଟ୍ରକକୁ ଅଟକ ରଖି ଥିବା ସୂଚନା ମିଳିଛି l ସେପଟେ ମୃତ ପ୍ରଦୀପ 3ବର୍ଷ ହେବ ବିବାହ କରିଥିଲେ l ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି l
ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ

ଅର୍ଗସ ବ୍ୟୁରୋ : କୋରେଇ ଥାନା ବ୍ରାହ୍ମଣୀ ଦେବୀ ଛକରେ ଟ୍ରକ ସହିତ ସ୍କୁଟି ଗାଡି ଧକ୍କା,ସ୍କୁଟି ଚାଳକ ଘଟଣା ସ୍ଥଳରେ ମୃତ, ପୋଲିସର ତଦନ୍ତ ଆରମ୍ଭ। ସୂଚନା ମୁତାବକ ଆଜି ସକାଳୁ ସୋବର ଗାଁର ପ୍ରଦୀପ ନାଟିଆ ନୂଆଗଡ ଗୋଲେଇ ଛକ ନିଜ ଭଡାଘରକୁ ସ୍କୁଟିରେ ଯାଉଥିଲେ। ହଠାତ ବ୍ରହ୍ମାଣୀଦେବୀ ଛକରେ ଅପରପକ୍ଷରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ଯୁବକଙ୍କ ସ୍କୁଟି ଗାଡିକୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣଙ୍କ ସ୍କୁଟି ଗାଡ଼ିରୁ ରୁ ଖସିପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।
Download Argus News App
