Scrub Typhus ପଶ୍ଚିମ ଓଡ଼ିଶାରେ କାୟା ବିସ୍ତାର କରୁଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏହି ଟିମ୍ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ ବର୍ତ୍ତମାନ ସୁଦ୍ଧା ବରଗଡ଼ ଜିଲ୍ଲାରେ Scrub Typhusରେ 17 ଶହ 75 ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ, 89 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବରଗଡ଼ ଜିଲ୍ଲାରେ ୬ ଜଣଙ୍କ ଜୀବନ ନେଇ ସାରିଛି ସ୍କ୍ରବ ଟାଇଫସ। ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ରେ ଗତ ୨୪ ଘଣ୍ଟାରେ 3 ଜଣ ଚିହ୍ନଟ ହୋଇଛିନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 295କୁ ବୃଦ୍ଧି ପାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର