ଏଥି ଯୋଗୁଁ ମୃତ୍ୟୁ ସମ୍ଭାବନା ବି ଅଛି । ଚିହ୍ନଟ ହେଲେ ଚିକିତ୍ସା ସହଜ । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର DPHL ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ସାଧାରଣ ଆଣ୍ଟିବାୟୋଟିକ୍ କାମ ଦେବ । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ବ୍ୟାପୁଥିବା ବେଳେ । ସର୍ବାଧିକ କେସ୍ କେନ୍ଦୁଝରରୁ ଆସୁଛି ।
ଏପଟେ ରାଜ୍ୟରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି 200ରୁ 250 ରୋଗୀ । ଡେଙ୍ଗୁ ବଂଶ ବିସ୍ତାର ପାଇଁ ପାଣିପାଗ ଅନୁକୂଳ ଅଛି । ବର୍ଷା ନ ଛାଡ଼ିବା ଯାଏଁ ରୋଗ କମିବ ନାହିଁ । ଜୁଲାଇରୁ ଅକ୍ଟୋବର ମାସ ବିଶେଷ ଡେଙ୍ଗୁ ପିକ୍ ପିରିୟଡ଼ । ଏଣୁ ସଚେତନ ହିଁ ଏକମାତ୍ର ମାଧ୍ୟମ ବୋଲି କହିଛି ଜନସ୍ବାସ୍ଥ୍ୟ ବିଭାଗ ।
ଗୋଟିଏ ପଟେ ଡେଙ୍ଗୁ ଡର ରାଜ୍ୟବାସୀଙ୍କ ମନରୁ ହଟି ନଥିବା ବେଳେ ଅନ୍ୟପଟେ ସ୍କ୍ରବ ଟାଇଫସ ଆତଙ୍କ ଲୋଙ୍କୁ ଛାନିଆ କଲାଣି ।
ଆହୁରି ପଢନ୍ତୁ ଓଡିଶା ଖବର...