ଅଟୋ ଡ୍ରାଇଭରଙ୍କ ମହାନତା
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଚାଉଳ ମିଲ ଉପରେ ଚଢ଼ଉ । ଉପଜିଲ୍ଲାପାଳ ହଠାତ ଉମରକୋଟ ସ୍ଥିତ କଳିଙ୍ଗ ରାଇସ ମିଲରେ ପହଂଚି ଚଢ଼ାଉ କରିବା ସହ ମିଲରେ ମିଲିଙ୍ଗ ପାଇଁ କେତେ ପରିମାଣର ଧାନ ସଂଗ୍ରହ କରାଯାଇଛି, କେତେ ପରିମାଣରେ ଗଛିତ ରହିଛି ଓ ମଣ୍ଡିରୁ କେତେ ପରିମାଣ ର ଧାନ ଉଠାଇଛନ୍ତି ତାହାର ଯାଞ୍ଚ କରିଛନ୍ତି ।
ମିଲ ମାଲିକ କେତେ ପରିମାଣର ଧାନ ଗଛିତ ରଖିଛନ୍ତି ତାହାର ସଠିକ ତଥ୍ୟ ଦେଇ ପାରିନଥିଲେ । ଏବଂ ରେଜିଷ୍ଟର ଅନୁସାରେ ଷ୍ଟକରେ ତାଳମେଳ ରହିଥିବାରୁ ମିଲକୁ ସିଲ କରିଛନ୍ତି ଉପଜିଲ୍ଲାପାଳ । ଗୋଟିଏ ପଟେ ଜିଲ୍ଲାରେ ଟାର୍ଗେଟ ଆସି ନଥିବାରୁ ଧାନ କ୍ରୟ ହେଉନଥିବାରୁ ଚିନ୍ତାରେ ଚାଷୀ ।
ମିଲର୍ସ ମାନଙ୍କୁ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଆଦେଶ ଦେଇଥିବା ବେଳେ ତଥାପି ମଣ୍ଡି ଉଠି ପାରୁନାହିଁ ଧାନ। ଏଭଳି ପରିସ୍ଥିତିରେ ମିଲର୍ସମାନେ ଚାଷୀଙ୍କୁ ଭୂଆଁ ବୁଲାଇ ଧାନ ହଡପ କରୁଛନ୍ତି ।