ପୂର୍ବରୁ ରବିନ୍ଦ୍ର ଜେନାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ନିମ୍ନ ଅଦାଲତରେ ତାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରଧୀନ ଥିଲା । ସିବିଆଇ ପକ୍ଷରୁ ଦିଆଯାଇଥିବା ଚାର୍ଜସିଟ ଓ ଏଫଆଇଆରକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ରବିନ୍ଦ୍ର ଜେନା ।
ବିଚାରପତି ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ରବିନ୍ଦ୍ର ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି । ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିବା ବେଳେ ରବିନ୍ଦ୍ର ଜେନାଙ୍କ ପକ୍ଷରୁ ଅମନ ଲେଖି, ପ୍ରଣୟ ଦାସ ଓ ଗୌରବ ଖନ୍ନା ମାମଲା ପରିଚାଳନା କରୁଥିଲେ ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ