ରମାଦେବୀ ଜୁନିଅର କଲେଜରେ + ୨ରେ ପାଖାପାଖି ୧୨୦୦ ସିଟ୍ ଅଛି, ସେଥିରୁ ୭ଟି ସିଟ୍ ଖାଲି ପଡ଼ିଛି । କମଳା ନେହେରୁ କଲେଜରେ ଗୋଟିଏ ବିଭାଗରେ ୧୫, ଆଉ କିଛି ବିଭାଗରେ ୨ରୁ ୫ ପର୍ଯ୍ୟନ୍ତ ସିଟ୍ ଫାଙ୍କା ପଡିଛି । ସେପଟେ ଜୁଲାଇରୁ ଅଗଷ୍ଟ ମଧ୍ୟରେ ସରିବାକୁ ଥିବା ନାମଲେଖା ପ୍ରକ୍ରିୟା ଆସି ନଭେମ୍ବରରେ ପହଞ୍ଚିଲାଣି । ଯାହା ପାଇଁ ପାଠପଢା ମଧ୍ୟ ଠିକ ଭାବେ ହୋଇପାରୁନାହିଁ । ପିଲାଙ୍କ ଆଡ଼ମିଶନ ପ୍ରକ୍ରିୟା ତୁରନ୍ତ ସାରି ପାଠ ପଢା ଠିକ କରାଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ ।
ଏପଟେ ପିଲାଙ୍କ ନାମ ଲେଖା ସରିନାହିଁ, ସେପଟେ ଚିନ୍ତା ବଢାଇଛି ଖାଲି ପଡିଥିବା ଅଧ୍ୟାପକ ପଦବୀ । ଏବେ ବି ରାଜଧାନୀ କଲେଜଠୁ ରମାଦେବୀ କଲେଜ ସବୁଠି ଖାଲି ପଡ଼ିଛି ଅଧ୍ୟାପକ ପଦବୀ । ଇଂରାଜୀ, ଓଡ଼ିଆ, ଇତିହାସ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟରେ ନାହାନ୍ତି ଅଧ୍ୟାପକ । ସେପଟେ ରମାଦେବୀ, ବିଜେବି ଭଳି ବଡ ବଡ଼ କଲେଜରେ ଗଣିତ, କେମେଷ୍ଟ୍ରି, ଇଂରାଜୀ, ପଲିଟିକାଲ ସାଇନ୍ସ ଭଳି ବିଷୟରେ ଆହୁରି ଅଧ୍ୟାପକ ଆଵଶ୍ୟକତା ଅଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଦେବରାୟ କଲେଜର ଅଧ୍ୟକ୍ଷା ରୀନା ଘଡେଇ ।
ଆଗାମୀ ଦିନରେ ବିଭିନ୍ନ କଲେଜରେ ଖାଲି ପଡ଼ିଥିବା ସିଟ ପୂରଣ ହେଉଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।