କଟକ: କଟକ ଏସ ସି ବି ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାର ସଂମ୍ପ୍ରସାରଣ ଲାଗି ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟରେ ଉଛେଦ ପକ୍ରିୟା । କିଛି ଦିନ ଏହି ଅଞ୍ଚଳକୁ ସର୍ଭେ କରାଯାଇଥିଲା । ଆଉ ସର୍ଭେ ପରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଯୋବ୍ରା ଠାରୁ ରାଣୀହାଟ ପରେ ଆଜି ମାତୃଭବନଠାରୁ ଛତ୍ରବଜାର କେନାଲ ବ୍ରିଜ ଯାଏଁ ଉଚ୍ଛେଦ କରାଯାଇଛି । ଆଉ ବିନା କ୍ଷତିପୂରଣ ଆଉ ବିନା ଥଇଥାନ ଉଚ୍ଛେଦ ସମୟରେ ଅସନ୍ତୁଷ୍ଟ କ୍ଷୁଦ୍ର ବ୍ୟବସାୟୀ ଓ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରେ ପୋଲିସ ଆଉ ପ୍ରସାଶନ ସେମାନଙ୍କୁ ବୁଝାସୁଝା କରିବା ପରେ ସ୍ଵାଭାବିକ ହୋଇଥିଲା ଉଛେଦ ପ୍ରକ୍ରିୟା।
ଏହାପରେ ୫ଟି ସଚିବଙ୍କ ଗସ୍ତ ପରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହି ଆଧାରରେ ଆଜି ମାତୃଭବନ ଠାରୁ ଛତ୍ରବଜାର କେନାଲ ବ୍ରିଜ ଯାଏଁ ଉଚ୍ଛେଦ କରାଯାଇଛି । ୧୭୦ଟି ଛୋଟ ବଡ଼ ଦୋକାନ ଏବଂ ୨୦ ଟି ଘରକୁ ଆଜି ଉଚ୍ଛେଦ କରାଯିବ । ବିସ୍ତାପିତ ବ୍ୟବସାୟୀଙ୍କ ଲାଗି ବିକଳ୍ପ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ନିଆଯାଇଥିବା କହିଛନ୍ତି ସି.ଏମ.ସିର ଡେପୁଟି କମିଶନର ।
ଛତ୍ରବଜାର ବ୍ୟବସାୟୀ ମାନଙ୍କ ସହ ଆଜି ସଂଧ୍ୟାରେ ପ୍ରଶାସନ , ସି.ଏମ.ସି କର୍ତ୍ତୃପକ୍ଷ ମଧ୍ୟରେ କରାଯିବ ଆଲୋଚନା । ଦେଖାଦେଇଥିବା ବିବାଦର ସମାଧାନ ସହିତ କେଉଁଠି ଥଇଥାନ କରାଯିବ ସେନେଇ ସ୍ଥିର କରାଯିବ ।