ଅନ୍ୟପଟେ ଏହି ଚୋରି ଘଟଣା ଗତକାଲି ବିଳମ୍ବିତ ରାତ୍ରିର ହୋଇଥିବାବେଳେ ଆଜି ସୋମବାର କିଛି ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା ଜାରି ରଖିଥିବା କହିଛନ୍ତି ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାଶ । ତେବେ ପୂର୍ବରୁ ବୁର୍ଲା ଭୀମସାର ସିକ୍ୟୁରିଟି ସଂସ୍ଥା ନାଁର ଅନେକ ସଙ୍ଗୀନ ଅଭିଯୋଗ ଥିବାବେଳେ ବାଇକ ଚୋରି ସିକ୍ୟୁରିଟି ସଂସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି । ତେବେ ବାଇକ ଚୋରରେ ସମ୍ପୃକ୍ତ ଗାର୍ଡକୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି ।