ତେବେ ସିପିଆଇ ମାଓବାଦୀ ବଂଶଧାରା ,ଘୁମୁସର ,ନାଗାବଳୀ ସଂଗଠନ ପକ୍ଷରୁ ଏହି କ୍ୟାମ୍ପ ଚାଲିଥିବାର ଜଣା ପଡିଛି । ଏକ ବନ୍ଧୁକ ମାଓ ପୁସ୍ତିକା, ମାଓ ଲିପ୍ଫ୍ ଲେଟ, ମାଓ ବ୍ୟାନର ଇଲେକ୍ଟ୍ରି ଡିଟୋନିଟର ,ତାର ପ୍ରଭୃତି ଜବତ କରିଛି ପୋଲିସ । ଏନେଇ ଆଜି କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁଚନା ଦେଇଛନ୍ତି ।
ମାଓବାଦୀ ସାମଗ୍ରୀ ଜବତ

ଅର୍ଗସ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ତଥା ନର୍ଲା ଥାନା ଅନ୍ତର୍ଗତ ପୂଜୁଗୁଡ଼ା ସଂରକ୍ଷିତ ଜଙ୍ଗଲରେ ସିଆରପିଏଫ୍ ଓ ପୋଲିସ ପକ୍ଷରୁ ମିଳିତ କମ୍ବିଂ ଅପରେଶନ ବେଳେ ସିପିଆଇ ମାଓବାଦୀ ସଂଗଠନ ର କ୍ୟାମ୍ପ ଠାବ, ବିଭିନ୍ନ ସାମଗ୍ରୀ ଜବତ କରିଛି କଳାହାଣ୍ଡି ପୋଲିସ୍ । ମାଓ ଅଧ୍ୟୁଷିତ ଲାଞ୍ଜିଗଡ ନର୍ଲା ଥାନା ଅଞ୍ଚଳ ର ପର୍ଗଲ ରିଜର୍ଭ ଫରେଷ୍ଟ ନିକଟ ବର୍ତୀ ଅଂଚଳ ପୂଜୁଗୁଡ଼ା ରେ ମାଓ ବାଦୀଙ୍କ କ୍ୟାମ୍ପ ଠାବ କରିବାରେ ସକ୍ଷମ ହୋଇଛି କଳାହାଣ୍ଡି ପୋଲିସ୍ ।
Download Argus News App
