ସେପଟେ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ସେଲ୍ପ ଫାଇନାନ୍ସିଂ କୋର୍ସ ବନ୍ଦ ହେବା ଘଟଣାରେ ତେଜିଛି ବିବାଦ। ଏପ୍ରିଲ ୧୨ରେ ଜାରି ହୋଇଥିବା ଚିଠି ଅନୁସାରେ ରାଜ୍ୟର ବିଶ୍ୱ ବିଦ୍ୟାଳୟ ଗୁଡିକର ନିୟମିତ ପାଠ୍ୟକ୍ରମର ୨୦ ପ୍ରତିଶତ ସିଟ ସେଲ୍ପ ଫାଇନାଂସି ପାଇଁ ରହିବ। କିନ୍ତୁ ଏବେ ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳରେ ୮ଟି କୋର୍ସ ବନ୍ଦ ହେବା ବେଳେ। ରେଭେନ୍ସାର ୫୦୦ଟି ସିଟକୁ କମେଇ ଦିଆଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଛି। ଏ ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ଛାତ୍ର କଂଗ୍ରେସ।
୨୦୨୨ - ୨୩ ଶିକ୍ଷାବର୍ଷରେ ଏ ସବୁ କୋର୍ସ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦ ହୋଇଥିବା କୋର୍ସ ଗୁଡିକ ମଧ୍ୟରେ ରେଭେନ୍ସାର ସ୍ନାତକର ଡାଟା ସାଇନ୍ସ, ବିଏ ସାମ୍ୱାଦିକତା ଓ ଗଣ ଯୋଗାଯୋଗ। ତେବେ ବିବାଦରେ ପଡିଥିବା ଉଚ୍ଚଶିକ୍ଷା ବିଭାଗ କେବେ ଏ ନେଇ ମୁଁହ ଖୋଲିବ ଏବଂ କେବେ ସ୍ପଷ୍ଟୀକରଣ ଦେବ ତା ଉପରେ ସମସ୍ତଙ୍କ ନଜର ରହିଛି।