ରାଜ୍ୟ ସରକାର ମିଶନ ଶକ୍ତି ମଧ୍ୟ୍ୟମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଋଣ ଯୋଗାଇ ଦେଉଛନ୍ତି । ମାଛ ଚାଷ କରିବା ଲାଗି ପଞ୍ଚାୟତ ପୋଖରୀକୁ ନିଲାମ ଦେବା ସହ ସହାୟତା ଲାଗି ଋଣ ମଧ୍ୟ ଦେଉଛନ୍ତି l ହେଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାଛ ଚାଷ କରି ଥିବା ପୋଖରୀରେ ବିଷ ପକାଇ ମାଛ ମାରିଦେଲେ ଦୁର୍ବୃତ୍ତ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର କୋରନ୍ଦ ପଞ୍ଚାୟତରେ ।
କୋରନ୍ଦ ଗାଁର ମା ମଙ୍ଗଳ ସ୍ୱୟଂ ସହlୟକ ଗୋଷ୍ଠୀର ମହିଳା ମାନେ 8 ମାସ ତଳେ ପଞ୍ଚାୟତ ରୁ ଗାଁ ରେ ଥିବା ନୁଣୀ ଚତର ପୋଖରୀକୁ ନିଲାମ ଆଣିଥିଲେ l ଆଣିବା ପରେ ସ୍ୱୟଂ ସହlୟକ ଗୋଷ୍ଠୀର ମହିଳାମାନେ 5 ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆଣି ପୋଖରୀରେ ରୋହି, ଭାକୁଡ଼, ଚିଙ୍ଗୁଡ଼ି ମାଛ ଚାଷ ଆରମ୍ଭ କରିଥିଲେ l ପ୍ରତିଦିନ ୩ ଘଣ୍ଟା ସମୟ ଦେଇ ପୋଖରୀ ଦାନ ପକାଇବା ସହ ଘାସ ବାଛିଥାନ୍ତି ମହିଳା ମାନେ l ଏବେ ପୋଖରୀରେ ମାଛ ବଢ଼ିଥିଲା । ମହିଳାମାନେ ଭାବି ଥିଲେ ଯେ ମାଛ ବିକି ଋଣ ସୁଝିବେ ଓ କିଛି ଲାଭ କରିବେ l
ହେଲେ ପୋଖରୀ ରେ ଦୁର୍ବୃତ୍ତ ମାନେ ବିଷ ପକାଇ ଦେଇଛନ୍ତି l ମାଛ ଗୁଡିକ ମରି ଭାସୁଛନ୍ତି l ଏବେ ଚିନ୍ତାରେ ମହିଳା ମାନେ । କେମିତି ସୁଝିବେ ଋଣ ଟଙ୍କା ବୋଲି କାନ୍ଦି କାନ୍ଦି କହିଛନ୍ତି l ତୁରନ୍ତ ପ୍ରଶାସନ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇବା ଲାଗି ଦାବି କରିଛନ୍ତି l ଏ ନେଇ ଥାନାରେ ଏତଲା ଦିଆଯାଇଛିl
ଆହୁରି ପଢନ୍ତୁ ଓଡିଶା ଖବର...