କୋରାପୁଟ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା 5.6 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ 8.5 ଡିଗ୍ରୀ, କୋରାପୁଟରେ 9.5 ଡିଗ୍ରୀ, ସମ୍ବଲପୁର ଚିପିଲିମାରେ 9.8 ଡିଗ୍ରୀ, ଭବାନୀପାଟଣାରେ 10ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଡିସେମ୍ବର 3 ରୁ ରାଜ୍ୟର ଶୀତର ପ୍ରକୋପ ଆହୁରି ବଢିବା ସହ ପାରଦ ଆହୁରି ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା 5.6 ଡିଗ୍ରୀ ରେକର୍ଡ

କୋରାପୁଟ: ଖସୁଛି ପାରଦ, ବଢୁଛି ଶୀତ । ଜାଡରେ ଥରୁଛି ସାରା ରାଜ୍ୟ । ଓଡିଶାର 9 ସହରର ତାପମାତ୍ରା ଏବେ 10ଡିଗ୍ରୀ ହ୍ରାସ ପାଇଛି । ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।
Download Argus News App
