ଓଡିଶା ଖବର ଆହୁରି ପଢନ୍ତୁ
ଉପଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଜାର କମିଟିର ବରିଷ୍ଠ ଆକାଉଣ୍ଟାଣ୍ଟ ନିଲମ୍ବିତ

କେନ୍ଦୁଝର: ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଆନନ୍ଦପୁର ନିୟନ୍ତ୍ରିତ ବଜାର କମିଟିର ବରିଷ୍ଠ ଆକାଉଣ୍ଟାଣ୍ଟ ଜଳଧର ସିଂହ ନିଲମ୍ବିତ ହୋଇଛନ୍ତି । ଉପଜିଲ୍ଲାପାଳଙ୍କୁ ଗାଳି ଗୁଲଜ କରିବା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଛି । କିଛିଦିନ ପୂର୍ବରୁ ଆରଏମସିର କର୍ମଚାରୀମାନେ ଜଳଧରଙ୍କ ନାଁରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ କରିବାକୁ ଆସିଥିବା ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ସେ ଗାଳି ଗୁଲଜ କରିଥିଲେ ।
Download Argus News App
