ଭୁବନେଶ୍ବର: ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ଉପରେ ପୂର୍ବଭଳି ଲକଡାଉନ ନିର୍ଦ୍ଦେଶ ଲାଗୁ ରହିବ। କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଆବଶ୍ୟକୀୟ ସାମଗ୍ରୀ ପାଇଁ ଗାଡି ନେଇ ଯାଇ ପାରିବେ ବୋଲି ନିଜ ରାୟରେ ପରିବର୍ତ୍ତନ କରି ହାଇକୋର୍ଟ ନୂତନ ରାୟ ଦେଇଛନ୍ତି ।
ତେବେ ଏହା ପୂର୍ବରୁ ଲକଡାଉନ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଗାଡ଼ିକୁ ପୁଲିସ ସିଜ୍ କରିଥିଲା। ଅଣ୍ଡରଟେକିଂ ଲେଖି ନେଇ ଜବତ ଗାଡି ଛାଡିବାକୁ କୋର୍ଟ ପୂର୍ବରୁ ରାୟ ଦେଇଥିଲେ।
ହାଇକୋର୍ଟ ନୂତନ ରାୟ ଅନୁସାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବାଇକରେ ଯିବାକୁ ଅମୁମତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ଥର ଅଣ୍ଡରଟେକିଂ ଦେଇ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଗାଡି ନେଇପାରିବେ ବୋଲି ସୂଚନା ମିଳିଛି ।
ଗାଡି ଚଳାଚଳ ଉପରେ ନିଶେଧାଦେଶ ସଂପୂର୍ଣ୍ଣ ହଟାଯାଇନି ବୋଲି କୋର୍ଟ କହିଛନ୍ତି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ଉପରେ ପୂର୍ବଭଳି ଲକ ଡାଉନ ନିର୍ଦ୍ଦେଶ ଲାଗୁ ରହିବ ବୋଲି ସୂଚନା ମିଳିଛି ।
