ଆଜି ସକାଳୁ ଅକ୍ଷୟ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ରେଡ ହ୍ୟାଣ୍ଟେଡ୍ ଗିରଫ କରିଛି । ଅଫିସ ଡ୍ରୟରରୁ ଲାଞ୍ଚ ଟଙ୍କାକୁ ଉଦ୍ଧାର କରିଛି ଭିଜିଲାନ୍ସ ବିଭାଗ । ଅକ୍ଷୟ ବିଭିନ୍ନ ସମୟରେ ସାଧାରଣ ରୋଗୀଙ୍କ ଠାରୁ ରକ୍ତ ପରିକ୍ଷା ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଥିବାବେଳେ ଆଜି ସେ ଧରାପଡିଛିନ୍ତି ।
ଭିଜିଲାନ୍ସ ଜାଲରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସିନିୟର ଲ୍ୟାବ୍ ଟେକନିସିଆନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସିନିୟର ଲ୍ୟାବ୍ ଟେକନିସିଆନ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁବର୍ଣ୍ଣପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ ଦ୍ୱାରା ଧରାପଡିଛନ୍ତି । ଲ୍ୟାବ୍ ଟେକନିସିଆନ ହେଲେ ଅକ୍ଷୟ କୁମାର ପଟ୍ଟନାୟକ । ଅକ୍ଷୟ ସୂର୍ଯ୍ୟମୁଣ୍ଡା ଗାଁର ମୁକୁନ୍ଦ ସାହୁଙ୍କ ଠାରୁ ରକ୍ତ ପରୀକ୍ଷା ପାଇଁ ଲାଞ୍ଚ ମାଗିଥିଲେ । ଆଜି ଲାଞ୍ଚ ଟଙ୍କା ନେଉଥିବାବେଳେ ଧରାପଡିଛନ୍ତି ।
Download Argus News App
