ଆହେ ନୀଳ ଶୈଳ..
ଚିଲିକାରୁ ବିରଳ କଇଁଚ ଜବତ, ଓଜନ ୭୦ କେଜି

ଖୋର୍ଦ୍ଧା: ଚିଲିକାରୁ ମିଳିଛି ଏକ ବିରଳ କଇଁଚ । ଯାହାର ଓଜନ ୭୦ କେଜି । ଜଣେ ମତ୍ସଜୀବୀ ଚିଲିକାରେ ମାଛ ଧରୁଥିଲେ । ବଡ଼ ବଡ଼ ମାଛ ଧରାହୋଇଥିବା ଆଶା କରି ଜାଲ ଦେଖିବା ପରେ ଏ ଚିତ୍ର ସାମ୍ନାକୁ ଆସିଛି ।
ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ସୋରଣ ଗାଁର ଜଣେ ମତ୍ସଜୀବୀ ଚିଲିକାରେ ମାଛ ଧରୁଥିବାବେଳେ ତାଙ୍କର ଜାଲରେ ଏହି ବିରଳ କଇଁଚ ଛନ୍ଦି ହୋଇଯାଇଥିଲା । ସେ ଏହାକୁ ଦେଖିବା ପରେ ବନ୍ୟପ୍ରାଣୀ ବିଭାଗକୁ ଏହି ବିରଳ କଇଁଚଟିକୁ ହସ୍ତାନ୍ତର କରିଥିଲେ । ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଛି ବୋଲି ରେଞ୍ଜର କହିଛନ୍ତି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଲାଗି ରହିଥିଲା ।
ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ, ତଦନ୍ତ ଜାରି ରଖିଛି ପୋଲିସ

ଅର୍ଗସ ବ୍ୟୁରୋ: ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଚାଂଚଲ୍ୟ। କଲେଜର ହଷ୍ଟେଲରୁ ପ୍ଲସ-ଥ୍ରୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଜୀବନ ହାରିଥିବା ସୁଇସାଇଡ ନୋଟରେ ଲେଖିଛନ୍ତି ରୁଚିକା । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ । ସେ ରଶି ଲଗାଇ ଆତ୍ମହତ୍ୟ
Download Argus News App
