ସୂଚନା ଅନୁସାରେ, ଏକ ଲୁହା ପଥର ବୋଝେଇ ଟ୍ରକ ଯୋଡ଼ାରୁ ଖଡଗପୁର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରେଇ ,୨ ଟି କାର,୨ଟି ବସ,୧ଟାଟେମ୍ପୋ,୧ଟା ବୋଲେରୋ ଓ ଏକ ବାଇକକୁ ପିଟିଥିଲ। ଫଳରେ ଦୁର୍ଘଟଣା ଘଟେଇ ଥିବା ଟ୍ରକଟି ସେହିଠାରେ ଓଲଟି ପଡିଥିଲା।
ଆହତ ମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତ୍ତର ମାନଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲକୁ ପଠେଇ ଦିଆଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।