ନାଚୁଣୀ ପୋଲିସର ତଦନ୍ତ ଆରମ୍ଭ । ବାଲିଆ ଗ୍ରାମରେ ଥିବା ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ, ଶ୍ରୀ ଶ୍ରୀ ବୃନ୍ଦାବନ ଦେବ, ଶ୍ରୀ ଶ୍ରୀ ଗାଦିଶ୍ୱର ଦେବ, ମା' ମଙ୍ଗଳା ଦେବୀ, ମା' ଉତରାଣୀ ଦେବୀ ମନ୍ଦିର ମାନଙ୍କରୁ ସିରିଜ ଚୋରି ହୋଇଥିବା ସୂଚନା ।
ଅଧିକ ତଥ୍ୟ ଏବଂ ଚୋର ଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସାଇଣ୍ଟଫିକ୍ ଟିମ୍ ଓ ଡଗ୍ ସ୍କ୍ୱ।ର୍ଡ ଦ୍ୱାରା ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ବାଲୁଗାଁ SDPO ମାନସ ରଞ୍ଜନ ବାରିକ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରରେ ହୋଇଛି ଏହି ଲୁଟ । ଗାଁର କେତେକ ନିଶାଖୋର ଯୁବକ ଏଥିରେ ସଂପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବା କୁ ପାଇଁ ପାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।