ବ୍ରହ୍ମପୁର: ବ୍ରହ୍ମପୁରରେ ତୁଳସୀ ଗେଷ୍ଟହାଉସରୁ ସେକ୍ସ ରାକେଟ ଠାବ । ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ତିନି ଯୁବତୀଙ୍କ ସହ 10ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଅଟକ ଯୁବକଙ୍କ ଭିତରେ କିଏ ଦଲାଲ ତ ପୁଣି କିଏ ଗ୍ରାହକ ଭାବେ ରହିଥିବା ସୂଚନା । ଦୀର୍ଘଦିନରୁ ଏଠାରେ ସେକ୍ସ ରାକେଟ ଚାଲିଥିଲା । ବିଶେଷ ସୁତ୍ରରୁ ଖବର ପାଇ ମୋଟର ସାଇକେଲରେ ନିଜେ ବ୍ରହ୍ମପୁର ଏସପି ଯାଇ ଚଢ଼ାଉ କରିଥିଲେ । ପରେ ଘଟଣାସ୍ଥଳରେ ବୈଦନାଥପୁର ପୋଲିସ ପହଁଚିଥିଲା ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଚେନ୍ନାଇରେ ତାଣ୍ଡବ ରଚୁଛି ବାତ୍ୟା ମିଗଜୋମ୍ର । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଲାଗିରହିଛି । ଫଳରେ ଉବୁଟୁବୁ ହେଉଛି ଚେନ୍ନାଇ । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ : ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ଭାଙ୍ଗିଲାଣି ବଡ ବଡ ଗଛ
ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କଠାରୁ ଆରମ୍ଭ କରି ଅଫିସ୍ ସବୁ ବନ୍ଦ ଘୋଷଣା କରାଯାଇଛି
ଅର୍ଗସ ବ୍ୟୁରୋ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ଏମ୍.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍ଏମ୍ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି । ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।