ମୁଲ ଚାଲ୍ ହେଉଛି । ଆଉ ନିଜ ଇଛା ମୁତାବକ ତାଙ୍କୁ ଝିଅ ଯୋଗାଇ ଦିଆଯାଉଛି । ଆଉ ଏ ସବୁର ଚାଲିଛି ଏହି ଦେହ ବେପାର । ଯାହାକୁ ନେଇ ଅଞ୍ଚଳରେ ଖୁବ ଚର୍ଚ୍ଚା ହେଉଛି । କରଞ୍ଜିଆ ସହରରେ ଜଣେ ବ୍ୟକ୍ତି ହେଉଛନ୍ତି ଏହାର ମାଷ୍ଟର ମାଇଣ୍ଡ । ମୁଲ୍ ଚାଲ୍ ରେ ଢିଲା ନାହିଁ । ଯେତିକି କହିବୁ ସେତିକି ନେବୁ। ରୋଜ୍ ଠୋକ୍ ଟଙ୍କା ମାଗୁଛନ୍ତି ।
ଟିକେ କମିଲେ ମନା କରୁଛନ୍ତି । ନିଜେ କିଛି ଝିଅଙ୍କୁ ରଖି ଚଳାଇଛନ୍ତି ବେପାର । ଜଣକା ପିଛା ୧୨୦୦ରୁ ୧୦୦୦ ଟଙ୍କା ନେଉଥିବା ଭିଡିଓ ରେ ଜଣାପଡିଛି। ତେବେ ଦୀର୍ଘ ଦିନ ହେବ ଏଠାରେ ଦେହ ବେପାର ଚାଲିଛି । ଅଞ୍ଚଳର ଲୋକେ ଟୁପୁରୁ ଟାପୁରୁ ମଧ୍ୟ ହେଲେଣି। ହେଲେ ପ୍ରଶାସନ ଚୁପ୍। ଏଯାଏଁ କିଛି ପଦକ୍ଷେପ ନିଆଯାଉନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଓଡିଶା ଖବର ଆହୁରି ପଢନ୍ତୁ