ଖୋର୍ଦ୍ଧା: ମହିଳା ଦିବସରେ ମହିଳାକୁ ଅତ୍ୟାଚାର । ସାରା ଭାରତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ପୁଣି ଖୋର୍ଦ୍ଧାରେ ଏକ ଲଜ୍ୟା ଜନକ ଘଟଣା ଦେଖାଦେଇଛି । ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆସିଛି । ନାବାଳିକାର ସଂପର୍କୀୟ ଦାଦା ଟାଗିଂ ଥାନାରେ ଏହି ଅଭିଯୋଗ ଆଣିଛନ୍ତି ।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଟାଗିଂ ଥାନା ବାଲିପାଟପୁର କଲୋନୀରେ 5ତାରିଖ ଅପରାହ୍ନରେ ସୁବୋଧ ମଣ୍ଡଳ ନାମକ ଜଣେ ବ୍ୟକ୍ତି ନିଜ ପାଖ ପଡୋଶୀ ଘରର ଜଣେ ନାବାଳିକାକୁ ଘରକୁ ଡାକିନେଇ ଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସୁବୋଧକୁ ଗିରଫ କରିବା ସହିତ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଛି।
ଏ ସଂପର୍କରେ ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରୁ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିନାହାନ୍ତି । ସେ ପରୋକ୍ଷରେ କହିଛନ୍ତି ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଘଟଣା ସଂପର୍କରେ ଜଣାପଡିବ । ଏଠାରେ ପ୍ରଶ୍ନ ଉଠୁଛି ଏଭଳି ସମ୍ବେଦନଶୀଳ ଘଟଣାକୁ ତିନିଦିନ ବିତିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରି କଣ ପାଇଁ ଚୁପ ବସିଛି।