ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ ହେଇଥିବାବେଳେ ଜମିରେ ପାମୋଲିନ ଛଡା ବହୁ କିସମର ଫଳ ଗଛ ଲଗାଇଛନ୍ତି । ଗୋଟିଏ ପାମୋଲିନ ଗଛରେ 70ରୁ 80 କିଲୋ ପର୍ଯ୍ୟନ୍ତ ପାମୋଲିନ ଫଳିଛି । ପ୍ରଥମେ 60ଟି ଗଛରୁ ବର୍ତ୍ତମାନ 300 ଟି ପାମୋଲିନ ଗଛ ଲଗାଇଛନ୍ତି । ଆଉ ପାଣି ଦେବା ପାଇଁ ଗଛ ମୂଳରେ ଲାଗିଛି ସ୍ପ୍ରିଙ୍କଲର । ବନ୍ୟା ବାତ୍ୟାରେ ଏହି ଗଛ ର କୌଣସି କ୍ଷତି ହେବ ନାହିଁ। ତେଣୁ ଏହି ପାମୋଲିନକୁ ଆପଣେଇଛନ୍ତି ଶଙ୍କର୍ଷଣ । ଏହି ଚାଷରେ ନିଜ ପରିବାର ଚଳାଉଛନ୍ତି ସେ । ଏହା ସହ ତାଙ୍କ ନିକଟରେ 10ରୁ 15ଜଣ କର୍ମଚାରୀ ବର୍ଷକ 11 ମାସ କାମ କରି ସେମାନେ ମଧ୍ୟ ନିଜ ପରିବାର ଚଳାଇ ପାରୁଛନ୍ତି । ଏଥିପାଇଁ ଶଙ୍କର୍ଷଣ ବହୁତ ଖୁସି ଥିବା କହିଛନ୍ତି ।
ଆଉ ଏହି ଚାଷ ପାଇଁ ଶଙ୍କର୍ଷଣଙ୍କୁ ସହାୟତା କରୁଛନ୍ତି ତାଙ୍କ ପରିବାର । ତେବେ ଏ ବୟସରେ ପାମୋଲିନ ଚାଷ କରି ନିଜେ ବେଶ ଲାଭବାନ ହେବା ସହିତ ଅନ୍ୟ ମାନଙ୍କୁ ରୋଜଗାର ଦେଇଛନ୍ତି । ଏହି ଚାଷରେ ନା ବାତ୍ୟା ଓ ବନ୍ୟାକୁ ଡର ଅଛି ନା ମାଙ୍କଡ଼ ଓ ଚୋରକୁ ଭୟ ଅଛି । ତେଣୁ ଏ ଚାଷକୁ ଆପଣେଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଫଳ କାଟିବା ସାଙ୍ଗକୁ ଫଳ ବିକିବା ଯାଏ ସମସ୍ତେ ଶଙ୍କର୍ଷଣଙ୍କୁ ସହଯୋଗ କରିଥାନ୍ତି । ଏହା ସହ ଉଦ୍ୟାନ ବିଭାଗ ତରଫରୁ ଜଳସେଚନର ସୁବିଧା ପାଇଁ ବୁନ୍ଦା ସିଞ୍ଚନ ଯନ୍ତ୍ର ସହାୟତା ଯୋଗାଇ ଦିଆଯାଇଛି । ବର୍ଷକୁ 2ରୁ4ଲକ୍ଷ ଟଙ୍କା ରୋଜଗାର ହେଉଥିବାବେଳେ ଆଗକୁ 8ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ହେବ ବୋଲି ଆଶା ରଖିଛନ୍ତି ଶଙ୍କର୍ଷଣ।
ତେବେ ଚାଷ କ୍ଷେତ୍ରରେ ଜିଲାରେ ସେ ଜଣେ ସଫଳ ଚାଷୀ ଭାବେ ପରିଚୟ ହାସଲ କରିଛନ୍ତି । ଆଉ ଏଥିପାଇଁ କୃଷି ଅଧିକାରୀଙ୍କ ଠାରୁ କୃଷି ମନ୍ତ୍ରୀଙ୍କ ପାଖରୁ ସମ୍ବର୍ଦ୍ଧିତ ହେଇଛନ୍ତି । ଏହା ସହ ପୋଖରୀରେ ମାଛ ଚାଷ,ଧାନ ଚାଷ ସହ ବିଭିନ ପନିପରିବା ଚାଷ ମଧ୍ୟ କରିଛନ୍ତି ଶଙ୍କର୍ଷଣ।
ପରିଣତ ବୟସରେ ଚାଷ କରି ଅନ୍ୟମାନଙ୍କୁ ରୋଜଗାର ଦେଇପାରିଥିବା ଶଙ୍କର୍ଷଣ ଆଜିର ଦୁନିଆରେ ଯୁବପୀଢ଼ିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର