ଅମାନିଆ ମଦ ଦୋକାନୀ ମଧ୍ୟ ଅଧିକ ପଇସା ଆଶାରେ ମଦର ପସରା ମେଲାଇ ଦେଇଥିଲା। କିଛି ଜଣ ମଧ୍ୟ ମଦ ଆଣି ଘରେ ସାଇତି ଦେଇଥିଲେ। ବେପାର ମଧ୍ୟ ଠିକଠାକ ଚାଲିଥିଲା, ବେଆଇନ ଭାବେ ଚଢାଦରରେ ମଦି ବିକ୍ରି ହେଉଥିଲା। ଠିକ ସମୟରେ ପହଞ୍ଚିଥିଲେ ଏକ ଟିମ୍। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଷ୍ଟେସନ ରୋଡ଼ଠାରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଚଢ଼ାଉ କରିଥିଲେ। ଅଧିକ ଲୋଭ ଆଶାରେ ଚାଲିଥିବା ବେପାର ଠପ୍ ହୋଇଗଲା। ମଦ କଣ ବେପାର ହେବ, ଦୋକାନ ସିଲ ହେଲା। ଲକଡ଼ାଉନ୍ ଗାଇଡ଼ଲାଇନ୍ ଉଲଘଂନ ଅଭିଯୋଗରେ ଉକ୍ତ ମଦ ଦୋକାନକୁ ପ୍ରଶାସନ ସିଲ୍ କରିଥିଲା। ଏହି ଘଟଣା ବ୍ରହ୍ମପୁରରେ ଦେଖିବାକୁ ମିଳିଛି।
ବ୍ରହ୍ମପୁର ଷ୍ଟେସନ ରୋଡ଼ ଠାରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ପ୍ରଶାସନ ସିଲ୍ କରିଛି। ଚଡାଉ ବେଳେ ସହକାରୀ ଜିଲ୍ଲାପାଳ ଡ଼ି. ମାଲେଶ୍ୱର ପାତ୍ର ସମେତ ଅନ୍ୟ ଅଧିକାରୀ ଉପସ୍ଥିତରେ ଉକ୍ତ ମଦ ଦୋକାନକୁ ସିଲ୍ କରାଯାଇଥିବା ଦେଖିବାକୁ ମିଳିଛି।