ମୃତକମାନେ ଗୁଣୁପୁର ବ୍ଳକ ମୋତିଲାଲ ନଗରର ଜଣେ, ଭୀମପୁର ପଞ୍ଚାୟତ ଫୁଲଫୁଟି ଗ୍ରାମର ୩ ଜଣ, ଝୁମ୍ପାପୁର ଗ୍ରାମର ଜଣେ ଓ ଗଜପତି ଜିଲ୍ଲା ଜିରଙ୍ଗ ରାୟଗଡା ଅଞ୍ଚଳରୁ ଜଣେ ରହିଥିବା ଜଣାପଡିଛି ।
ସେମାନେ ହେଲେ କରୁଣା ଶବର, ପାଣ୍ଡବ ଶବର, ମୋହନ ଶବର, ରାମମୂର୍ତ୍ତି ଗମାଙ୍ଗ ଓ ନବୀନ ଶବର ।
ମୃତ ଶ୍ରମିକଙ୍କ ପରିବାର ଓ ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ମାସ ପୂର୍ବରୁ ଏମାନେ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ମାଲିକ ଠିକ ଭାବେ ମଜୁରି ଦେଉ ନ ଥିବାରୁ ନିଜ ଘର ଅଭିମୁଖେ ଫେରିବାକୁ ବାହାରି ଥିଲେ । ତେବେ ମାଲିକ ବିଭିନ୍ନ ପ୍ରଲୋଭନ ଦେଖାଇ ପୁନର୍ବାର ଫେରାଇ ନେଇଥିବା ପରିବାର ପକ୍ଷରୁ କୁହାଯାଇଛି ।
ମୃତ ଶ୍ରମିକମାନେ ସମସ୍ତେ ନାବାଳକ। ଗତକାଲି ରାତିରେ ସେଠାରେ ସେମାନେ ଏକ ରୁମରେ ଶୋଇଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ମୃତ୍ୟୁ ବରଣ କରିଥିଲେ। ଖବରପାଇ ପରିବାର ଲୋକେ ଉକ୍ତ ସ୍ଥାନକୁ ଯାଇଛନ୍ତି ।
ଘଟଣା ସମ୍ପର୍କରେ ଗୁଣୁପୁର ସହକାରୀ ଶ୍ରମ ଅଧିକାରୀଙ୍କୁ ଅବଗତ କରାଇବାରୁ କ୍ୟାମେରା ସାମନାରେ କିଛି କହି ନ ଥିବା ବେଳେ ଘଟଣାଟି ଦୁର୍ଭାଗ୍ୟ ଜନକ, ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଶବ ଫେରିବା ନେଇ ଆଲୋଚନା ଜାରୀ ରହିଥିବା କହିଛନ୍ତି ।