ଟିଏମସିରେ ରହି ମୁଁ ପାପ କରିଛି
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଅବହେଳା ଯୋଗୁଁ ହାତୀ ମଡକ ଘଟଣା ନେଇ କର୍ଲାପାଟ ଫରେଷ୍ଟର ଓ ଦୁଇ ଫରେଷ୍ଟ ଗାର୍ଡଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୧୬ ଟି ଟ୍ରାପ କ୍ୟାମେରା ଲାଗିଥିବା ବେଳେ ଆଜି ଆହୁରି ୧୨ ଟି ଟ୍ରାପ କ୍ୟାମେରା ଲାଗିବ ବୋଲି ଡିଏଫଓ ଟି ଅଶୋଷ କୁମାର ସୂଚନା ଦେଇ ଛନ୍ତି ।
ସେହିଭଳି ପ୍ରଣୀ ସମ୍ପଦ ବିଭାଗ ପକ୍ଷରୁ ହାତୀ ମଡକ ସମୟରେ ସମ୍ବେଦନଶୀଳ ଥିବା ଯୋଗୁଁ ସମସ୍ତଙ୍କ ଛୁଟି ବାତିଲ କରାଯାଇଥିଲା । କିନ୍ତୁ ଜୁନାଗଡ଼ ବ୍ଲକ ପ୍ରାଣୀ ବିଭାଗ ଅଧକ୍ଷ ଡା ପ୍ରସନ୍ନ ଦାସ, ଅତିରିକ୍ତ ପ୍ରାଣୀ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ଓ ଜୟପାଟଣା ଅତିରିକ୍ତ ପ୍ରାଣୀ ଅଧିକାରୀ ଡା ଶିବ ପ୍ରସାଦ ନାଏକ ଛୁଟିରେ ଥିଲେ ।
ଏହି ୩ ଅମାନିଆ ଡାକ୍ତରଙ୍କୁ ରିପୋର୍ଟ ତଲବ କରିବା ପାଇଁ ଧର୍ମଗଡ଼ ଏସଡିଭିଓ କୈଳାଶ ସାମନ୍ତଙ୍କୁ ରାଜ୍ୟ ଅତିରିକ୍ତ ନିର୍ଦେଶକ ଡା ପ୍ରତାପ କିଶୋର ଖମାରୀ ନିର୍ଦେଶ ଦେଇଛନ୍ତି ।