ମନର ମଳି ସଫା ନ କଲେ ମହାପ୍ରଭୁଙ୍କ କୃପା ପାଇପାରିବା ନାହିଁ I ଅନନ୍ତ ସୁଖ ପାଇବାକୁ ହେଲେ ବିଭିନ୍ନ ଗ୍ରନ୍ଥ ପଢିବା ଆବଶ୍ୟକ ବୋଲି ତା ଙ୍କ ସମ୍ଭାଷଣରେ କହିଥିଲେ I ଏହି ଅବସରରେ ମର୍ତ୍ୟ ବୈକୁଣ୍ଠ ଗୋଲକଧାମ ପୁରୀ ଶ୍ରୀମନ୍ଦିର ପରିବେଶ ସୃଷ୍ଟି ହୋଇଥିଲା I ଏହି କାର୍ଯ୍ୟକ୍ରମ କୁ ଦିବ୍ୟ ଜୀବନ ସଙ୍ଘ ସମସ୍ତ ସଭ୍ୟ ଓ କର୍ମକର୍ତା ସମେତ ବୁଦ୍ଧିଜୀବୀ ମାନେ ପରିଚାଳନା କରିଥିଲେ I
ଶ୍ରୀ ଜଗନ୍ନାଥ ଚେତନା ସମାରୋହ ଓ ବାର୍ଷିକ ଯଂଜ୍ଞ ମହୋତ୍ସବ ମହାସମାରୋହ ପାଳିତ ହୋଇଯାଇଛି

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଂଚାୟତ ଅନ୍ତର୍ଗତ ଆଦମପୁର ଗ୍ରାମସ୍ଥିତ ମର୍ତ୍ୟ ବୈକୁଣ୍ଠ ଗୋଲକଧାମ ପରିସରରେ ଶ୍ରୀ ଜଗନ୍ନାଥ ଚେତନା ସମାରୋହ ଓ ବାର୍ଷିକ ଯଂଜ୍ଞ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଦିବ୍ୟଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ସୂର୍ଯ୍ୟ ନାରାୟଣ ପୂଜା, ଗୋପୂଜା, ଶ୍ରୀଜୀଉ ଙ୍କ ଷୋଡଶ ଉପଚାର ପୂଜା, ଗୀତପାଠ, ନାମ ସଂକୀର୍ତ୍ତନ, ଶ୍ରୀଜୀଉ ଙ୍କ ଦିବ୍ୟ ବେଶ ଦର୍ଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା I ଏହି ଅବସରରେ ପୁରୀ ଧାମର ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ ଯୋଗଦେଇ ମର୍ତ୍ୟ ବୈକୁଣ୍ଠ ଧାମରେ ଶ୍ରୀଜୀଉ ଙ୍କ ଦିବ୍ୟ ବେଶ ଦର୍ଶନ ସହ ଆୟୋଜିତ ସଭାରେ ଉପସ୍ଥିତ ଭକ୍ତଙ୍କୁ ଜୀଉ ଙ୍କ ବାଣୀ କହିଥିଲେ I
Download Argus News App
