ପଖାଳର ଭୃସଙ୍ଗ ପତ୍ରର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ,ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ । ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ପଖାଳ ପ୍ରସ୍ତୁତ କଲେ ବି ଲାଗିଥାଏ ଆନନ୍ଦ । ଓଡ଼ିଆଙ୍କ ସହ ଓତଃପ୍ରୋତ ଭାବେ ଜଡ଼ିତ ପଖାଳର ଉପକାରିତା ଏବେ ବୈଜ୍ଞାନିକ ସ୍ତରରେ ପ୍ରମାଣିତ ହୋଇଛି । ପଖାଳ ଭାତ ଓ ଏହାର ତୋରାଣି ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ପଖାଳର ତୋରାଣି ମଧ୍ୟ ହିତକାରୀ ।
ସେପଟେ କୋଟି କୈବଲ୍ୟର ନାଥ ଶ୍ରୀଜଗନ୍ନାଥ ମଧ୍ୟ ପଖାଳ ଖାଇବାର ପରମ୍ପରା ରହିଛି । ହେଲେ ସେ ଖାଉଥିବା ପଖାଳ ଟିକେ ନିଆରା, ଭିନ୍ନ । ଆଂନନ୍ଦ ବଜାରରେ ରନ୍ଧା ଅବଢ଼ା ଅନ୍ନରେ ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗ ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ମିଳିଥାଏ ଟଙ୍କ ତୋରାଣି । ଏହାକୁ ପାନ କରିବାରେ ସ୍ୱତନ୍ତ୍ର ଆନନ୍ଦ ଅନୁଭୂତ ହୁଏ ଏବଂ ଏହାର ସ୍ୱାଦ ଅନନ୍ୟ ହୋଇଥାଏ । ଖାଲି କାଳିଆ ଠାକୁର କାହିଁକି ଜଗତଜନନୀ ମହାଲକ୍ଷ୍ମୀଙ୍କ ପାଖରେ ମଧ୍ୟ ଭୋଗ ହୁଏ ପଖାଳ । ମାର୍ଗଶୀର ମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କ ଠାରେ ପଖାଳ ଓ ଭୋଗ ଦେବାର ପରମ୍ପରା ମଧ୍ୟ ରହିଛି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ