ଦେଖନ୍ତୁ ଭିଡିଓ :ସେକ୍ସ ସ୍କାଣ୍ଡାଲରେ ଶ୍ରମ ମନ୍ତ୍ରୀ !
ମହିଳାଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ତୁରନ୍ତ ନବୀନ ବାବୁ ଆଉ ଏକ ଯୌନ ବ୍ୟଭିଚାରୀ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବା ଏବଂ ଗିରଫ କରନ୍ତୁ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଛନ୍ତି ମା’ଙ୍କୁ ସମ୍ମାନ ଦେଉଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସମ୍ମାନ ଦେଉଛନ୍ତି ତାହାଲେ ଶାସକ ଦଳର ନେତ୍ରୀଙ୍କ ମାମଲା ରୁଜୁ କାହିଁକି କରାଯାଉନି? ଯଦି ରାଜ୍ୟ ସରକାର ନିଜ ଦଳର ଜଣେ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ତାହାଲେ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ କ’ଣ ନ୍ୟାୟ ଦେଉଛନ୍ତି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି ଓଡ଼ିଶାରେ ଥିବା ୨କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ଅବସ୍ଥା କଣ ହେଉଥିବା ତାହା ସ୍ପଷ୍ଟ ଜଣାପଡୁଛି ବୋଲି ଶ୍ରୀ ସିଂ କହିଛନ୍ତି ।
ଅଧିକ ପଢନ୍ତୁ :ସେକ୍ସ ସ୍କାଣ୍ଡାଲରେ ଶ୍ରମ ମନ୍ତ୍ରୀ !
ବିଜେଡି ଲମ୍ବାସମୟ ଶାସନ କରିବା ପରେ “ଆଇନକୁ ଫୁ” କରି ଅପରାଧ ଘଟାଇଥାନ୍ତି । ବିଜୁ ଜନତା ଦଳର କଳଙ୍କିତ ନେତା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଛନ୍ତି ତାହା ଓଡିଶାବାସୀ ଭଲଭାବେ ଅବଗତ । ମମିତା ମେହେର ହତ୍ୟା କାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା ତିର୍ତୋଲର ବିଧାୟକ ବିଜୟଶଙ୍କର ଦାସଙ୍କ ନାଁ ଥିବା ଓଡ଼ିଶାବାସୀ ଅବଗତ ଥିଲେ । ସେହିପରି ବିଜେଡି ଦଳରେ ୨୦ବର୍ଷ ଧରି କାର୍ଯ୍ୟକରିଥିବା ଜଣେ ନେତ୍ରୀ ସଂଯୁକ୍ତା ମହଲ ରାଜ୍ୟ ସରକାରଙ୍କ ଶ୍ରମମନ୍ତ୍ରୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଯୌନ କେଳେଙ୍କାରୀର ଅଭିଯୋଗ ଆଣିଛନ୍ତି । କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ଏଯାଏଁ ପୋଲିସ ଘଟଣା ସମ୍ପର୍କରେ ସ୍ପଷ୍ଟତା ଆଣିଲେ ନାହିଁ କି ଏଫଆଇଆରକୁ ଭିତିକରି ମନ୍ତ୍ରୀକୁ ପଚରା ଉଚରା କରିନାହିଁ ।
ବିଜେଡିର ମନ୍ତ୍ରୀମାନେ କଣ ଆଇନର ଉର୍ଦ୍ଧ୍ୱରେ କି ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି । ବିଜୁ ଜନତା ଦଳ ଅପରାଧୀ ଓ ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିମାନଙ୍କ ଦଳ । ସମାଜର ଯେତେ ଅସାମାଜିକ, ଅପରାଧୀ ବ୍ୟକ୍ତି ଯେମିତି ଖୋଜି ଖୋଜି ବିଜେଡିରେ ସାମିଲ ଅଛନ୍ତି । ପୂର୍ବରୁ ବିଜେଡିର ମନ୍ତ୍ରୀ ଓଡ଼ିଶାର ମା, ଭଉଣୀଙ୍କ ଉପରେ ନଜର ପକାଉଥିଲେ ଏବେ ନିଜ ଦଳର ମହିଳାଙ୍କୁ ମଧ୍ୟ ଛାଡିଲେ ନାହିଁ ବୋଲି ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି କ୍ଷୋଭର ସହ
ପ୍ରକାଶ କରିଛନ୍ତି ।
ଦେଖନ୍ତୁ ଭିଡିଓ :ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା
ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲୀପ ବେହେରା, ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କସ୍ତୁରୀ ମିଶ୍ର, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଶଶୀପ୍ରଭା ରଥ, ଜଗନ୍ନାଥ ବେହେରା, ଜିଲ୍ଲା ଉପସଭାପତି ରାଜେନ୍ଦ୍ର ଦାସ, ଧିରେନ ପାତ୍ର, ସୁର ଜେନା, ଜିଲ୍ଲା ସମ୍ପାଦକ ଉର୍ଣ୍ଣତି ପରିଡା, ବିଷ୍ଣୁପ୍ରସାଦ ଦାସ, ବିନ୍ଦୁଲତା ବଳିୟାରସିଂ, ବିଜେପି ଜିଲ୍ଲା ନେତୃତ୍ୱ ସଂଗ୍ରାମ ନାୟକ, ସୁନିଲ ପ୍ରଧାନ, ତୁଳସୀ ବିଶୋଇ, ଚଣ୍ଡିପ୍ରସାଦ ବେହେରା, ପ୍ରତୀକ୍ଷା ମହାପାତ୍ର, ଜ୍ୟୋତିରେଖା ନାୟକ ଓ ମେନକା ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର