ବିଶ୍ୱାସ : ଆଜିର ଦିବ୍ୟବାଣୀରେ "ବୈରାଗ୍ୟ"
ଆଜି ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍ଡାଉନ୍ କଟକଣା ଲାଗୁ
ଭୁବନେଶ୍ୱର: ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି । ଏହାଫଳରେ ୧୧ଟି ଜିଲ୍ଲାରେ ଦେକାନବଜାର ବନ୍ଦ ରହିଛି। ଯେଉଁଭଳି ଭାବରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ସରକାର ଜୁନ୍ ମାସକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଯାହା ପାଇଁ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ସଟଡାଉନ୍ ଘୋଷଣା କରାଯାଇଛି ।
ଆଜି ମଧ୍ୟ ଏହାଛଡ଼ା ଅଧିକାଂଶ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ଏଣେ ରାସ୍ତାଘାଟ ଖାଁ ଖାଁ ଥିବା ବେଳେ କେବଳ ଜରୁରୀ କାମ ଥିଲେ ଲୋକେ ଘରୁ ବାହାରୁଥିବା ଜଣାଯାଇଛି । ରାଜଧାନୀ ଭୁବନେଶ୍ବରରେ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଛି।
Download Argus News App
