କଟକ: କଟକ ମହାନଗର ନିଗମ ଅଂଚଳରୁ ଉଠିଲା ସଟଡାଉନ କଟକଣା । ଆସନ୍ତାକାଲିଠାରୁ ହଟିବ ସଟ୍ଡାଉନ୍ । ସହରରେ ସମସ୍ତ ଦୋକାନବଜାର ଖୋଲିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ କଟକ ମହାନଗର ନିଗମ ଅନୁମତି ଦେଇଛି । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କଟକଣା ବଳବତ୍ତର ରହିବ ।
After reviewing the current situation, We have decided to lift the #Shutdown restrictions imposed in #Cuttack city - CMC area. (Applicable from 13.7. 2020)
Please note the #WeekendShutdown regulations will be followed as usual. Kindly refer to the Order for details. pic.twitter.com/ZOrjxYzgTV — CMC,Cuttack (@CMCCuttack) July 12, 2020
ଆବଶ୍ୟକ ଅନୁମତି ନେଇ ମେଡିକାଲ କାମ ପାଇଁ ଆନ୍ତଃ-ଜିଲ୍ଲା ଚଳାଚଳକୁ ଅନୁମତି ଦିଆଯାଇଛି । ସେହିଭଳି ସରକାର ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବ । ହୋଟେଲ ଓ ରେସ୍ତରୋଁଗୁଡିକରେ କେବଳ ପାର୍ସଲ ନେବାକୁ ଅନୁମତି ଦିଆଯାଇଛି । ତେବେ ସପ୍ତାହର ଦୁଇଦିନ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ । କୋଭିଡ୍ ନିୟମ ଅନୁସାରେ କଟକର ସମସ୍ତ ସପିଂ ମଲ୍ ଖୋଲିବା ନେଇ ସିଏମସି ସୂଚନା ଦେଇଛି ।
ଅର୍ଗସ ବ୍ୟୁରୋ: ଏମିତି ଅନେକ ଥର ହୋଇଥିବା ଆମେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା। ଏହା ଆମେ କହିପାରିବା ଆମ ଭାଗ୍ୟ ଆମ ସାଥୀରେ ରହିଛି। ଏମିତି ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ବ୍ୟକ୍ତିଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣଙ୍କ ସକାଳୁ ସକାଳୁ ଏକ ବ୍ୟାଗ ଧରି ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ହଠାତ କେଉଁଆଡୁ ଏକ ବାଘ ରାସ୍ତା ପାର କରୁଛି। ବାଘଟି ବ୍ୟକ୍ତିଙ୍କର ଏତେ ପାଖରୁ ଯାଉଛି। ଦେଖିଲେ ଛାତି ଥରି ଉଠିବ। କିନ୍ତୁ ବ୍ୟକ୍ତି ଜଣଙ୍କ ସାହସର ସହିତ ପରିସ୍ଥିତିର ସାମ୍ନା କରିଛନ୍ତି। ଆଉ ବାଘ ମୁହଁରୁ ରକ୍ଷା ପାଇଯାଇଛନ୍ତି। ନଚେତ କିଛି ବି ହୋଇପାରିଥାନ୍ତା। ଉକ୍ତ ବ୍ୟକ୍ତି ଜଣଙ୍କ ଜିମ କର୍ବେଟ ଜାତୀୟ ଉଦ୍ୟାନ ନିକଟସ୍ଥ ଜଙ୍ଗଲ ରାସ୍ତା ଦେଇ ଯିବାବେଳେ ଏଭଳି ଅଘଟଣ ଘଟିଥିଲା।
Is he the luckiest man alive. Tiger seems least bothered. From Corbett. pic.twitter.com/ZPOwXvTmTL — Parveen Kaswan, IFS (@ParveenKaswan) December 8, 2023
ବ୍ୟକ୍ତି ଜଣଙ୍କ ବାଘଟିକୁ ଦେଖି ତୁରନ୍ତ ପଛକୁ ପଳାଇ ଆସିଛନ୍ତି। ବାଘଟି ଆକ୍ରମଣାତ୍ମକ ନ ହୋଇ ରାସ୍ତାର ଏକ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯାଉଥିବାର ଏକ ଭିଡିଓରେ ଦେଖାଯାଇଛି। ଆମେ କହିପାରିବା ଯେ, ବ୍ୟକ୍ତି ଜଣକ ସତରେ ଭାଗ୍ୟବାନ। ନିଜ ମୃତ୍ୟୁକୁ ଜୟ କରିଛନ୍ତି। ନ ହେଲେ କିଛି ବି ହୋଇ ପାରିଥାନ୍ତା। ଆମେ ନିଶ୍ଚିତ କହିପାରିବା କି ରଖେ ହରି ତ ମାରେ କିଏ।
ଭାରତୀୟ ବନ ସେବା ଅଧିକାରୀ ପରବିନ କାଶଓ୍ବାନ ଏକ୍ସରେ ଏହି ଛାତିଥରା ଦୃଶ୍ୟର ଭିଡିଓ ଶେୟାର କରିଛନ୍ତି। ଆଉ କ୍ୟାପଶନରେ ଲେଖିଛନ୍ତି ବାଘ ମୁହଁରୁ ବର୍ତ୍ତିଥିବା ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି କହିଲେ ଅତ୍ୟକ୍ତି ହେବନି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ । ଝାରସୁଗଡ଼ା ବନହରପାଲି ଇବ୍-ଥର୍ମାଲ ସ୍ଥିତ ଓପିଜିସି ବିଦ୍ୟୁତ କାରଖାନାର ପାଉଁଶ ପୋଖରୀ ଭୁଶୁଡ଼ିଲା । ଆଜି ସକାଳୁ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ମିଶ୍ରିତ ସ୍ଲରି ନିକଟସ୍ଥ ଗାଁ ମାଡ଼ିବାରେ ଲାଗିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଏକର ଏକର ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବା ବେଳେ ଏବେ ଗାଁମୁହା ହେଲାଣି ପାଉଁଶ ସ୍ଲରି । ଭୟଭୀତ ଗ୍ରାମବାସୀ ଜିନିଷ ପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି ସ୍ଥାନୀୟ ଗ୍ରାମବାସୀ ।
ଅର୍ଗସ ବ୍ୟୁରୋ : ସରିଛି କଟକର ଐତିହାସିକ ବାଲିଯାତ୍ର । ଆଉ ବାଲିଯାତ୍ରରେ ହୋଇଛି ଆଖିବୁଜା ଦୁର୍ନୀତି । ଦୁର୍ନୀତି କିପରି ହୋଇଛି ତା ଉପରେ ଟିକେ ନଜର ପକେଇଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଥରେ ନଜର ପକାନ୍ତୁ ବାଲିଯାତ୍ରାରେ ହୋଇଥିବା ଅସ୍ଥାୟୀ ତ୍ୱରଣ ଉପରେ । ଗୋଟିଏ ନେତାଜୀ ସେତୁ ନିକଟ ବେଲଭ୍ୟୁ ଛକରେ ଆଉ ଗୋଟିଏ ନଖରା ପାଖ ବାମ୍ଫକୁଦ ନିକଟରେ ହୋଇଛି । କେବଳ ବାଉଁଶ, ଫ୍ଲେକ୍ସ ଓ କାଗଜ ବୋର୍ଡରେ ତିଆରି କରି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ ତୋରଣ ପାଇଁ ୧୬ ଲକ୍ଷ ଟଙ୍କା ଅର୍ଥାତ ୨ଟି ତୋରଣ ପାଇଁ ୩୨ ଲକ୍ଷ ଟଙ୍କା ଟେଣ୍ଡର ମାଧ୍ୟମରେ ଧାର୍ଯ୍ୟ ହୋଇଛି ।
କେବଳ ସେତିକି ନୁହେଁ ୯୬ ଲକ୍ଷ ଟଙ୍କା ବ୍ୟୟରେ ସିଏମସି ପକ୍ଷରୁ କନସେପ୍ଟ କମ୍ୟୁନିକେସନ ନାମକ ସଂସ୍ଥାକୁ ବାଲିଯାତ୍ରାରେ ଲେଜର ସୋ ପାଇଁ ଟେଣ୍ଡର ଦିଆଯାଇଥିଲା । ଏକ ପ୍ରୋଜେକ୍ଟର ଲଗେଇ ଲେଜର ସୋ କରାଯାଇଥିଲା, ଲୋକେ ଅସନ୍ତୋଷ ପ୍ରକାଶ କରିବାକୁ ପୁଣି ଦୁଇ ଦିନରେ ବନ୍ଦ କରାଯାଇଥିଲା । ସେହିପରି ୨୭ ଲକ୍ଷ ଟଙ୍କାର ଆତସବାଜି ଫୁଟାଇବା ପାଇଁ ବଜେଟ ହୋଇଥିଲା । ପ୍ରତିଟି କାମରେ ଜଳଜଳ ହୋଇ ଦିଶୁଛି ଦୁର୍ନୀତି । ଯାହାକୁ ନେଇ କଂଗ୍ରେସ କର୍ପୋରେଟର ମାନେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଏପଟେ ବିଜେପି ମଧ୍ୟ ସିବିଆଇ ତଦନ୍ତ ଦାବି କରିଛି । କେବଳ ସେତିକି ନୁହେଁ କିଛି ବିଜେଡି ନେତା ମଧ୍ୟ ଆରଡିସିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇ ତଦନ୍ତ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଚଳିତ ବର୍ଷ ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ବିଭିନ୍ନ କାମ ପାଇଁ ମୋଟ ୪.୫ କୋଟି ଟଙ୍କାର ବଜେଟ ରଖାଯାଇଥିଲା । ବିଭିନ୍ନ କାମ ପାଇଁ ଟେଣ୍ଡର ମଧ୍ୟ ଡକାଯାଇଥିଲା । ତେବେ ଟେଣ୍ଡର ପ୍ରକ୍ରିୟାର ମୁଖ୍ୟ ଦାୟିତ୍ବରେ ଥିଲେ ନିକଟରେ ବଦଳି ହୋଇଥିବା ସିଏମସିର ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ । ବାଲିଯାତ୍ରା ଦୁର୍ନୀତି କଥା ସାମ୍ନାକୁ ଆସିବାରି ତରବରିଆ ଭାବେ ମେୟର ଏକ ବାଲିଯାତ୍ରା ତଦନ୍ତ କମିଟି ଗଠନ କରିଛନ୍ତି ।
କମିଟିରେ ଟେଣ୍ଡର ପ୍ରକ୍ରିୟା କରାଇଥିବା ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀଙ୍କୁ ସାମିଲ କରିବାକୁ ନେଇ ଖୋଦ ବିଜେଡି କର୍ପୋରେଟର ତଥା ୱାର୍କସ କମିଟି ମୁଖ୍ୟ ପ୍ରଦୀପ୍ତ ଖୁଣ୍ଟିଆ କହିଛନ୍ତି ଚୋର ହାତରେ ଚାବି କାଠି ଧରାଇଛନ୍ତି ମେୟର । ପୂର୍ବ ବର୍ଷ ବଲିଯାତ୍ରରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ତେବେ ଦେଖିବାକୁ ବାକିରହିଲା ତଦନ୍ତ ଦିଗ କୋଉ ମୋଡ଼ ନେଉଛି । ତାହା ଆଗମୀ ଦିନରେ ଜଣାପଡିବ ।