କେନ୍ଦୁଝର: ମୃତ୍ୟୁ ଏମିତି ବି ଆସେ କିଏ ଜାଣିଥିଲା । ଟ୍ରକ ତଳେ ଚାପି ହୋଇ ଦୁଇ ଭଉଣୀ ମୃତ । ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ରାଇସୁଆଁ ଠାରେ । ସକାଳୁ ସକାଳୁ ଦୁଇ ଭଉଣୀ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଦୁଇ ଭଉଣୀଙ୍କ ଉପରେ ଟ୍ରକ ମାଡି ଯାଇଛି । ଯାହା ଫଳରେ ଘଟଣା ସ୍ଥଳରେ ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଭଉଣୀ ହେଲେ ରାଇସୁଆଁ ଗ୍ରାମର ନିବେଦିତା ଦାସ ଓ ପଙ୍କଜିନି ଦାସ ।
ସବୁଦିନ ପରି ଏହି ଦୁଇ ଭଉଣୀ ପ୍ରାତଃ ଭ୍ରମଣରେ ବାହାରି ଥିଲେ । ଖବର ଅନୁସାରେ ରାସ୍ତା କଡରେ ଚାଲୁଥିବାବେଳେ ପଛ ଆଡୁ ଏକ ୧୨ଚକିଆ ଟ୍ରକ ଦ୍ରୁତ ଗତିରେ ଯାଇ ତାଙ୍କ ଉପରେ ମାଡି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଟ୍ରକକୁ ପିଛା କରି ବନାଯୋଡି ଟୋଲ ଗେଟ ନିକଟରେ ଧରିବାକୁ ସଫଳ ହୋଇଥିଲା । ଦୁଇ ଜଣକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ଅନୁଗୁଳ: ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛେଣ୍ଡିପଦା ପରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି । ମୋଦି ସରକାରଙ୍କ ସେବାପକ୍ଷ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହାପରେ ସହିଦ ବିକା ନାୟକଙ୍କ ଜନ୍ମମାଟି ତାଳଚେର ଚନ୍ଦ୍ରବିଲ ଗାଁକୁ ଯାଇ `ମୋ ଦେଶ ମୋ ମାଟି' କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ।
ମାଟି ସଂଗ୍ରହ କରି ସହିଦ ପରିବାରଙ୍କୁ ସମ୍ମାନିତ କରିବେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାଛଡା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇବେ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲାର ହେବ ଶୁଣାଣୀ। ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ହିସାବ କରିବାକୁ ଦାବି କରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲା ଉପରେ ହେବ ଶୁଣାଣୀ।
ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବ ଶୁଣାଣୀ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦେବଗଡ: ଦେବଗଡ଼ ଗଣେଶ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେବଗଡର ଜନସାଧାରଣ, ମାଆ ଓ ଭଉଣୀଙ୍କ ସହ ଗଣେଶ ମେଳାରେ ସାମିଲ ହୋଇ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ବିତରଣ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣେଶ ପୂଜା ମାଧ୍ୟମରେ ସ୍ଥାନୀୟ ଲୋକକଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ସ୍ଥାନୀୟ ପୂଜା କମିଟିକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି, ଦେବଗଡ଼ରେ ସାର୍ବଜନୀନ ଗଣେଶ ମେଳା-୨୦୨୩ରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି ।
ଦେବଗଡ ସହ ମୋର ସମ୍ପର୍କ ବହୁତ ପୁରୁଣା । ଦେବଗଡ଼ ମୋତେ ସବୁବେଳେ ଅପେକ୍ଷା ଠାରୁ ଅଧିକ ଆଶୀର୍ବାଦ ଦେଇଛି । ସର୍ବଦା ମୋତେ ମାର୍ଗଦର୍ଶନ ଦେଇ ଆସିଥିବାରୁ ମୁଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ପାଖରେ ଋଣୀ । ଦେବଗଡ଼ ଗଣେଶ ପୂଜା ବହୁତ ପୁରୁଣା । ବିଗତ ୭୫ ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ବନ୍ଧୁମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗଣେଶ ପୂଜା ଆଜି ସ୍ଥାନୀୟ ଲୋକକଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ଦିଗରେ ବଡ ମାଧ୍ୟମ ହୋଇଛି । ଦୀର୍ଘ ବର୍ଷ ଧରି ଏହି ପରମ୍ପରାକୁ ଜାରୀ ରଖିଥିବାରୁ ମୁଁ ସମସ୍ତ ପୂଜା କମିଟିର ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର