ଭାରତବର୍ଷର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଂଗୀତ ଏଭଳି ଏକ ନିଆରା ଭାବେ ଗାନ କରି ନବରଙ୍ଗପୁର ସହରର ଆନନ୍ଦ କୁମାର ଦାଶ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଆନନ୍ଦଙ୍କ ଏଭଳି ପ୍ରୟାସକୁ ଜିଲ୍ଲାବାସି ମଧ୍ୟ ସ୍ବାଗତ କରିବା ସହ ସଫଳତା ର ସିଢି ଚଢିବାକୁ କାମନା କରିଛନ୍ତି l
ନବରଙ୍ଗପୁର ସହର ର 17 ନମ୍ବର ୱାର୍ଡ଼ରେ ରୁହନ୍ତି ଆନନ୍ଦ କୁମାର ଦାଶ l ବାପା ଭାବଗ୍ରାହୀ ଦାଶ ଓ ସ୍ବର୍ଗତ ମା ପଦ୍ମାବତୀ ଦାଶ ଙ୍କ ସାନ ପୁଅ ହେଉଛନ୍ତି ଆନନ୍ଦ l ସେ ଛୋଟ ବେଳୁ ହିଁ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରତି ଆକୃଷ୍ଟ ହୋଇ ଧୀରେ ଧୀରେ ସେସବୁ ବଜାଇବା ଶିଖିଥିଲେ l
ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ଗୁଡିକୁ ବଜାଇବା ଓ ଲୁପ୍ତ ହୋଇଯାଉଥିବା ବାଦ୍ୟଯନ୍ତ୍ର ଗୁଡିକୁ ପୁଣିଥରେ ଜନମାନସ ରେ ଉଜ୍ଜୀବିତ କରିବା ହିଁ ଆନନ୍ଦଙ୍କ ଲକ୍ଷ l ଆନନ୍ଦ ନବରଙ୍ଗପୁର ର 20 ରୁ 22 ଜଣ ସ୍ଥାନୀୟ କଳାକାର କୁ ଲୋକସଂସ୍କୃତି ଓ ଲୋକବାଦ୍ୟ ଶିକ୍ଷା ଦେଇ ରୋଜଗାର ମଧ୍ୟ ଦେଇଛନ୍ତି l ଏଥିସହିତ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକବାଦ୍ୟ ଘୁଡକି, ଗୋଚିବାଜା, ଟାମକ, ଢାମ୍ପ, ଟୁଡୁବୁଡ଼ି, ଖଞ୍ଜଣୀ, ବଂଶୀ, ତବଲା, ଢ଼ୋଲକ, ଝୁମୁକା ମଧ୍ୟ ବଜାଇ ଜାଣନ୍ତି ।
ବର୍ତମାନ ଆନନ୍ଦ, ତାଙ୍କର ଏହି ଜାତୀୟ ସଙ୍ଗୀତ ଭିଡିଓ କୁ ନେଇ ଚର୍ଚ୍ଚାରେ ଆସିଛନ୍ତି l ଯେଉଁ ଭିଡିଓ ରେ ସେ ଆଦିବାସୀ ଭଳି ପୋଷାକ ପରିଧାନ କରିବା ସହ ଆଦିବାସୀ ମାନଙ୍କ ଭଳି ଅଳଙ୍କାର ପିନ୍ଧି ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକବାଦ୍ୟ ଡୁଙ୍ଗଡୁଙ୍ଗା ସହିତ ଝୁମକା ବଜାଇ ଜାତୀୟ ସଂଗୀତ ଗାନ କରୁଥିବା ଦେଖିବାକୁ ମିଳିଛିl
ଯାହାର ପଛପଟ ମଧ୍ୟ ଏକ ଆଦିବାସୀ ବସବାସ କରୁଥିବା ମାଟି ମାଟି କୁଡ଼ିଆ ରହିଛି l ଯାହାକୁ ନେଇଁ ଲୋକେ ଆନନ୍ଦ କୁ ପ୍ରଶଂସା କରିବା ସହ ଶୁଭକାମନା ମଧ୍ୟ ଜଣାଇଛନ୍ତି l ସେ ଧରିଥିବା ଡୁଙ୍ଗଡୁଙ୍ଗା ବାଦ୍ୟ ହେଉଛି ଆଦିବାସୀ ମାନଙ୍କ ପ୍ରାକୃତିକ ଖାଦ୍ୟ " ଲାଉ " ରୁ ନିର୍ମିତ l ଯାହାକି ଦେଖିବାକୁ "ଭଗବାନ ମା ସରସ୍ବତୀ ଙ୍କ ବୀଣା ସଦୃଶ୍ୟ l ଜାତୀୟ ସଂଗୀତ ଗାନ କରି ବେଶ ଖୁସୀ ଥିବା ସହ ଆଗାମୀ ପିଢ଼ି ସକାଶେ ଅବିଭକ୍ତ କୋରାପୁଟ ଜିଲ୍ଲାର ପାରମ୍ପରିକ ବାଦ୍ୟଯନ୍ତ୍ର ର ପ୍ରଚାର ପ୍ରସାର ପାଇଁ ଏଭଳି ପ୍ରୟାସ କରିଥିବା କହିଛନ୍ତି ଆନନ୍ଦ l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।