ଯୁବକଙ୍କୁ ମରଣାତ୍ମକ ଆକ୍ରମଣ...
କଟକ: କଟକରେ ଜଣା କଳା ଶିକ୍ଷକ(ଆର୍ଟ ଟିଚର)ଙ୍କ ନାରେ ସଙ୍ଗିନ ଅଭିଯୋଗ ହୋଇଛି। ଶିକ୍ଷକ ଜଣଙ୍କ ଚାରିଟି ସ୍ତ୍ରୀଙ୍କୁ ବିବାହ କରିଛନ୍ତି । ତୃତୀୟ ସ୍ତ୍ରୀର ଅଭିଯୋଗ ପରେ ଶିକ୍ଷକକୁ ଉଠାଇ ଆଣି ମହିଳାଥାନା ପୋଲିସ ପଚରା ଉଚରା କରୁଛି । ସମ୍ପୃକ ଶିକ୍ଷକ ସାଲେପୁରର ଏକ ସ୍କୁଲରେ ଆର୍ଟ ଶିକ୍ଷକ ଅଛନ୍ତି।
ସେ ୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ୨୦୦୮ରେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସେହିପରି ଲକଡାଉନ ବେଳେ ସେ ଆଉ ୨ ଯୁବତୀଙ୍କୁ ମଧ୍ୟ ବିବାହ କରିଛନ୍ତି।